କନକ ବ୍ୟୁରୋ: ସ୍ନାକ୍ସ ବିସ୍କୁଟ ଦୋକାନରେ ମାଆ- ପୁଅ ଚଳାଇଥିଲେ ବେଆଇନ କଫ ସିରପ ବେପାର । ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ ଏନଟିପିସି ପୁଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ ଏସକଫ୍ କଫ ସିରପ । ଏନଡିପିଏସ ଆକ୍ଟ ଅନୁସାରେ ଉଭୟଙ୍କୁ ଗିରଫ କରିଛି ପୁଲିସ । କଟକ ଖୁଣ୍ଟୁଣିରୁ ଏ ବେଆଇନ କଫ ସିରପ ଅଣାଯାଇଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ । ପୁଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଅପରେସନ ପ୍ରହାର ଅଧୀନରେ ଅନୁଗୁଳ ପୁଲିସର ନିଶା ବେପାରୀଙ୍କ ଉପରେ ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ, ଲାଇସେନ୍ସ ନଥାଇ ବେଆଇନ ଭାବେ ଗଡଶିଳା ଗାଁର ସିପୁନ ବାରିକ ଓ ତାଙ୍କ ମାଆ ବିସ୍କୁଟ ଦୋକାନରେ କଫ ସିରପ ରଖି ବେପାର ଚଳାଇ ଥିବା ଖବର ପାଇ ଆଜି ସନ୍ଧ୍ୟାରେ ପୁଲିସ ଚଢ଼ାଉ କରି ସେମାନଙ୍କ ଠାରୁ ଏ କଫ ସିରପ ଜବତ କରିଛି ।

Advertisment