କନକ ବ୍ୟୁରୋ :  ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଯାତ୍ରୀ ନିବାସରେ ଚାଲିଛି ବେଆଇନ ନିର୍ମାଣ। ଏଏସଆଇର ବିନା ଅନୁମତିରେ କାମ ଚାଲିଥିବା ବେଳେ ନୋଟିସ୍‌ ପରେ ବି  କାର୍ଯ୍ୟ ବନ୍ଦ କରାଯାଉନଥିବା ନେଇ ଆସିଛି ଅଭିଯୋଗ ।

Advertisment

ସୂର୍ଯ୍ୟ ମନ୍ଦିର କୀର୍ତ୍ତିରାଜି ସୁରକ୍ଷା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି କୋଣାର୍କ ଯାତ୍ରୀ ନିବାସରେ ଚାଲିଛି ବେଆଇନ ନିର୍ମାଣ । ଖୋଦ ପର୍ଯ୍ୟଟନ  ବିଭାଗ ପକ୍ଷରୁ ଠିକାଦାର ଦ୍ବାରା ଏହି ନିର୍ମାଣ କରାଯାଉଥିବା ନେଇ ଆସିଛି ଅଭିଯୋଗ । ୨୦୦୩ରେ ସାଢ଼େ ୩ କୋଟି ଟଙ୍କା ବ୍ୟୟବରାଦରେ ଉଦଘାଟନ ହୋଇଥିଲା କୋଣାର୍କ ଯାତ୍ରୀ ନିବାସ । ସମ୍ପୂର୍ଣ୍ଣ ଭାବେ ଚକାଚକ ଥିବା ଏହି କୋଠାର ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ମରାମତି କରାଯାଉଛି । କୋଟିକୋଟି ଟଙ୍କା ଖର୍ଚ୍ଚ କରି ଅନାବଶ୍ୟକ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଏଏସଆଇ ପକ୍ଷରୁ ଏହି ବେଆଇନ ନିର୍ମାଣକୁ ବନ୍ଦ କରିବାକୁ ଗତ ଅଗଷ୍ଟ ୭ରେ ନୋଟିସ୍‌ ଦେବା ସହ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯାଇଥିଲା । ଏହା ପରେ ୨ ମାସ କାମ ବନ୍ଦ ରହିଲା, ଏବେ ପୁଣି କାମ ଆରମ୍ଭ ହୋଇଛି । 

ରାଜ୍ୟ ପର୍ଯ୍ୟଟନ  ବିଭାଗ ଦ୍ୱାରା କୋଣାର୍କ ଯାତ୍ରୀନିବାସର ପଶ୍ଚିମ ପଟ ନୂତନ ବିଲ୍ଡିଂକୁ ନୂତନ ରୂପରେଖ ଦିଆଯାଉଛି । ହେଲେ ବିନା ଅନୁମତିରେ ଦରକାର ନଥିବା ସତ୍ତ୍ବେ ଏହି ନିର୍ମାଣ କରାଯାଉଥିବା ଅଭିଯୋଗ ଆସିଛି ।