କନକ ବ୍ୟୁରୋ : ଲୁଚାଛପାରେ ଚାଲିଛି ବାଣ ତିଆରି । ନା ଲାଇସେନ୍ସ ଅଛି, ନା କୌଣସି ସୁରକ୍ଷା ଗାଇଡ୍ ଲାଇନର ଅନୁପାଳନ ହେଉଛି । କଟକ ସହର ଉପକଣ୍ଠ ଭାନପୁରରୁ ଆସିଛି ଏଭଳି ଏକ ଘଟଣା । ବେଆଇନ ବାଣ ତିଆରି ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କାରୁ ଅଧିକ ପରିମାଣର ବାଣ ଜବତ କରିଛି । ବାରଙ୍ଗ ଜଇପୁରାରୁ ମଧ୍ୟ ଜବତ ହୋଇଛି ୨୦ଲକ୍ଷ ଟଙ୍କାର ବାଣ । ମାମଲାରେ ୨ ଜଣ ଗିରଫ ବି ହୋଇଛନ୍ତି । ତଥାପି ବେଆଇନ ବାଣ କାରବାରରେ ଲାଗୁନି ବ୍ରେକ୍ । ପୁଲିସ କେବଳ ଗିରଫଦାରୀ କରି କାମ ସାରିଦେଉଥିବା ଅଭିଯୋଗ ହୋଇଛି ।

Advertisment

ବେଆଇନ ବାଣ କାରବାର ଯୋଗୁଁ ଅନେକ ସମୟରେ ବିସ୍ଫୋରଣ ଘଟି ଅକାରଣରେ ଯାଉଛି ଜୀବନ । ଦୁଇ ବର୍ଷ ତଳେ ଜଗତସିଂହପୁର ଇଚ୍ଛାପୁରରେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୫ ଜାନୁଆରି ୩ରେ ଜଗତସିଂହପୁର ବଡ଼ବାଗରେ ବାଣ ବିସ୍ଫୋରଣ ଘଟି ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । କଟକ ସହରର ଆଖପାଖ ଅଞ୍ଚଳରୁ ବେଆଇନ ଭାବେ ସେଠାକୁ ବାରୁଦ ଚାଲାଣ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା । 

କାହିଁକି ବେଆଇନ ବାଣ କାରବାରରେ ଲାଗୁନି ବ୍ରେକ୍? ବେଆଇନ ଭାବେ କେଉଁଠୁ ଆସୁଛି ବାରୁଦ? ନିର୍ଦ୍ଦିଷ୍ଟ ଲାଇସେନ୍ସପ୍ରାପ୍ତ ବାରୁଦ ବ୍ୟବସାୟୀ ବାରୁଦ ଯୋଗାଉଛନ୍ତି ନା ଏହା ପଛରେ ରହିଛି ବଡ଼ ରାକେଟ୍‌?