କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଢି ଉଠିଛି ମାଳାମାଳ ବେଆଇନ ଇଟା ଭାଟି । ଲକ୍ଷ ଲକ୍ଷ ମାଟି ଇଟା ତିଆରି କରି ବେଶ ଭଲ ମୁନାଫା କମାଉଛନ୍ତି ମାଫିଆ । କିନ୍ତୁ ପରିବେଶ ଓ ପାରିପାର୍ଶ୍ବିକ ପରିସ୍ଥିତି ପାଇଁ ବେଫିକର ହୋଇଯାଇଛନ୍ତି । ଲୋକ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହେଉଛନ୍ତି, ରୋଗରେ ପଡ଼ୁଛନ୍ତି । ସବୁ ଜାଣି ଆଖିବୁଜି ବସିଛି ରାଜସ୍ୱ, ପ୍ରଦୂଷଣ ଓ ଖଣି ବିଭାଗ !
ଅଧିକ ପଢ଼ନ୍ତୁ : ବିକାଶ ଦେଖିନି, ବାଟ ଫିଟିନି; ଗାଁକୁ ଆସିନି ବିଜୁଳି, ପାହାଡ଼ି ରାସ୍ତା, ଡିବିରି ଆଲୁଅ ଭରସା
ମାଫିଆ ମାନେ ଇଟା ପ୍ରସ୍ତୁତି ପାଇଁ ନଦୀକୂଳରୁ ମାଟି ତାଡ଼ି ଆଣୁଛନ୍ତି । ଯାହା ଫଳରେ ଜମି ନଦୀ ଗର୍ଭରେ ଲୀନ ହୋଇଯାଉଛି, ମୃତ୍ତକା କ୍ଷୟ ବଢ଼ୁଛି । ଇଟାକୁ ପୋଡ଼ିବା ପାଇଁ କାଠ ଓ କୋଇଲା ବ୍ୟବହାର କରାଯାଉଛି । ଯାହାର ପ୍ରବଳ ଧୂଆଁରେ ନିକଟସ୍ଥା ଗାଁ ଲୋକ ଶ୍ୱାସ ରୋଗ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଭାଟି ଭାଙ୍ଗିବା ପରେ ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି ତାହା କ୍ଷତିକାରକ ଜାଣି ବି ଇଆଡ଼େ ସିଆଡେ ପକାଯାଉଛି । ଏ ସବୁ ପ୍ରଶାସନର ନାକତଳେ ଚାଲିଥିବା ବେଳେ ବାବୁଙ୍କ ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତହସିଲଦାର କହୁଛନ୍ତି, ଏସବୁ ଆମ ଅଧୀନରେ ଆସୁନି, ଖଣି ବିଭାଗକୁ ପଚାରନ୍ତୁ ।
ନୂତନ ସରକାର ଲଘୁ ଖଣିଜ ଚୋରି, ବାଲି ଚୋରି ଓ ରାଜସ୍ୱ ଠକେଇ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଏଠାରେ କିନ୍ତୁ ସେସବୁ ଲାଗୁ ହେଉନଥିବା ଭଳି ଲାଗୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/09/illegal-brick-kilns-2026-02-09-18-39-20.png)