ପୂଜା ପୂର୍ବରୁ ଖୋର୍ଦ୍ଧାରୁ ବେଆଇନ ବାଣ ଜବତ । ଜଣେ ଅଟକ

Advertisment

ପୂଜା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ। ବାଣ ଭର୍ତ୍ତି ତିନିଟି ଟ୍ରକକୁ ଜବତ କଲା ଖୋର୍ଦ୍ଧା ପୁଲିସ। ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। କାରବାରରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି

ପୂଜା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ। ବାଣ ଭର୍ତ୍ତି ତିନିଟି ଟ୍ରକକୁ ଜବତ କଲା ଖୋର୍ଦ୍ଧା ପୁଲିସ। ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। କାରବାରରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି

12222

କନକବ୍ୟୁରୋ: ପୂଜା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ । ବାଣ ଭର୍ତ୍ତି ତିନିଟି ଟ୍ରକକୁ ଜବତ କଲା ଖୋର୍ଦ୍ଧା ପୁଲିସ । ଯାହାର ମୂଲ୍ୟ ୧୫  ଲକ୍ଷ ଟଙ୍କା ହେବ । କାରବାରରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଦୀପାବଳୀ ପୂର୍ବରୁ ବାଣ ଗୋଦାମ ଉପରେ ବଡ ଧରଣର ଚଢାଉ କରିଛି ବାଘମାରୀ ପୋଲିସ  । ଖୋର୍ଦ୍ଧାରେ ନୂଆ ଏସପିଙ୍କ ଦାୟିତ୍ୱ ଗ୍ରହଣ ପରେ ବେଆଇନ ବାଣ କାରବାର ଉପରେ ଏହା ହେଉଛି ବଡ ଧରଣ ରେଡ ।

ଆଗକୁ ଦୀପାବଳୀ ଥିବାରୁ ଟ୍ରକ ଟ୍ରକ ବାଣକୁ ବେଆଇନ ଭାବେ ଗଛିତ ରଖାଯାଇଥିବା ବେଳେ ବାଘମାରୀ ପୋଲିସ ଓ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ରେଡ ମାରିଥିଲା । ଜବତ ବାଣକୁ ତିନୋଟି ମିନିଟ୍ରକ ଏବଂ ଗୋଟିଏ ଟାଟା ଏସିରେ ଲୋଡ଼ କରାଯାଇ ଥିବା ଖୋର୍ଦ୍ଧା ଏସପି ସାଗରୀକା ନାଥ କହିଛନ୍ତି  । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଲେଖନପୁର ଗାଁ ଠାରୁ ଅଳ୍ପ ଦୂର ଏକ ଘରୁ ଟ୍ରକ ଟ୍ରକ ବାଣ ଗଛିତ ରହିଥିଲା ତାକୁ ପୋଲିସ ଜବତ କରିଛି  । ଦୀପାବଳୀ ପୂର୍ବରୁ ବେପାର ଜୋରଦାର ହେବାକୁ ଥିବା ବେଳେ ବାଣ ବେପାରୀ ମାନେ ଅନୁମତି ନଥାଇ ବାଣ ଗଛିତ ରଖିଥିଲେ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe