ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗାଁରୁ ପୁଣି ଦୁଇଟି ସ୍ଥାନରୁ ବେଆଇନ ବାଣ ଜବତ । ପ୍ରାୟ ୬ ଲକ୍ଷ ଟଙ୍କାର ବାଣ ଜବତ କଲା ଛତ୍ରପୁର ଥାନା ପୁଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ ସୁନ୍ଦରପୁର ଗାଁର ସନ୍ତୋଷ ବେହେରା, ଡେଙ୍ଗାପଦର ଗାଁରୁ ବାଣ କିଣି ଆଣି ସରକାରୀ ମେଡିକାଲ ପରିସରରେ ଥିବା ଏକ ପାଣି ଟାଙ୍କି ଘରେ ଲୁଚାଇ ରଖିଥିଲେ। ଖବର ପାଇ ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଚଢାଉ କରିଥିଲା ।
ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଓ ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ପହଞ୍ଚି ବାଣ ଜବତ କରିବା ସହ ବେଆଇନ୍ ବାଣ ରଖିଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । କିଛି ଦିନ ତଳେ ଏହି ଗାଁରୁ ୧୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/07/cracker-2025-10-07-11-03-59.jpg)