କନକବ୍ୟୁରୋ : ହରିୟାଣାରେ ଚରଖି ଦାଦରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା  ଖବର ଏବେ ସାମ୍ନାକୁ ଆସିଛି ।  ଜୀବନ୍ତ ପୋତି ଦେଇଥିବାର କାରଣ ରହିଛି  ସେହି ବ୍ୟକ୍ତିଙ୍କ ପତ୍ନୀ ସହ ଯୋଗ ଶିକ୍ଷକଙ୍କ ଅନୈତିକ ସଂପର୍କ ।  ଯାହା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ସେହି ସଂପର୍କ ଜାଣିବା ପରେ ଉକ୍ତ ପତ୍ନୀଙ୍କ ସ୍ବାମୀ ରାଗିଯାଇ ବ୍ୟକ୍ତିକୁ ଅପହରଣ କରିନେଇଥିଲେ ।  ସୂଚନାଯୋଗ୍ୟ ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକ ଥିଲେ  ଜଗଦୀପ ।  ଅଭିଯୁକ୍ତଙ୍କ ପତ୍ନୀ ସହ ଯୋଗ ଶିକ୍ଷକଙ୍କ ଅନୈତିକ ସଂପର୍କ ଥିବା ଜାଣିସାରିବା ପରେ ସେହି ଯୋଗ ଶିକ୍ଷକଙ୍କୁ  ଅପହରଣ କରି ସାତ ଫୁଟ ଗଭୀର ଗାତରେ ଜୀବନ୍ତ ପୋତି ଦେଇଥିଲେ ଅଭିଯୁକ୍ତ ।

Advertisment

ଅପରାଧର ତିନି ମାସ ପରେ ମାର୍ଚ୍ଚ ୨୪ ତାରିଖରେ ପୋଲିସ  ତାଙ୍କ ମୃତଦେହ ଉଦ୍ଧାର କରିଛି । ପୋଲିସର ସୂଚନା ଅନୁଯାୟୀ, କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରାଯାଇଥିଲା । ଅଭିଯୁକ୍ତ ତାଙ୍କର ହାତ ଗୋଡ଼ ବାନ୍ଧି ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ । ଯାହାଦ୍ୱାରା ସେ କୌଣସି ଶବ୍ଦ କରିପାରିବେ ନାହିଁ । ତା'ପରେ ତାଙ୍କୁ ଏକ ନିର୍ଜନ କ୍ଷେତକୁ ନିଆଯାଇଥିଲା, ଯେଉଁଠାରେ ଅଭିଯୁକ୍ତ ଏକ ଗଭୀର ଗାତ ଖୋଳିଥିଲେ । ଜଣେ ଶ୍ରମିକଙ୍କୁ ଏହା ଏକ ବୋରୱେଲ ପାଇଁ ଖୋଳାଯାଉଛି ବୋଲି କହି ଜଗଦୀପଙ୍କୁ ସେହି ଗାତରେ ଜୀବନ୍ତ ପୋତି ଦିଆଯାଇଥିଲା । ଅପହରଣର ୧୦ ଦିନ ଫେବୃଆରୀ ୩ ତାରିଖରେ ଜଗଦୀପଙ୍କ ପାଇଁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ପୋଲିସ ତିନି ମାସ ଧରି ତଦନ୍ତ ଜାରି ରଖିଥିଲା  ।  ତଦନ୍ତର ତିନିମାସ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି ।