କନକ ବ୍ୟୁରୋ:  ଭାରତୀୟ ସେନା ପାଇଁ ଆସୁଛି ସ୍ୱତନ୍ତ୍ର ପୋଷାକ। ପିନ୍ଧିଲେ ଆଖିପିଛୁଳାକେ ଯବାନ ହୋଇଯିବେ ଗାଏବ। ଅଦୃଶ୍ୟ ହୋଇଯିବ ଫାଇଟର ଜେଟ୍।  ଏ ତଥ୍ୟ କିନ୍ତୁ ସତ । ରିପୋର୍ଟ ଅନୁସାରେ , ଆଇଆଇଟି କାନପୁର ଏଭଳି ଏକ ମ୍ୟାଟେରିଆଲ ପ୍ରସ୍ତୁତ କରିଛି ଯାହାକୁ ବ୍ୟବହାର କରି ଭାରତୀୟ ସେନା ହୋଇପାରିବ ଶକ୍ତିଶାଳୀ । କହିବାର ଅର୍ଥ , ଏଭଳି ଏକ ଫାଇବର ମ୍ୟାଟେରିଆଲ ଯେଉଁଥିରେ ସୈନିକଙ୍କ ପାଇଁ ପୋଷାକ ବନାଇବା ଠାରୁ ଆରମ୍ଭ କରି ଫାଇଟର ଜେଟର କଭର ସବୁ କିଛି ପସ୍ତୁତ କରିହେବ ଏବଂ ଏହି ମ୍ୟାଟେରିଆଲର କଭର ପିନ୍ଧିଲେ ନା ସୈନିକ ନା ଫାଇଟର ଜେଟ୍ କେହି ବି ଶତ୍ରୁର ଦୃଷ୍ଟିରେ ପଡିବେ ନାହିଁ । ଶତ୍ରୁକୁ ଚକମା ଦେଇ ଗାଏବ ହୋଇଯିବେ ।

Advertisment

ଭାରତୀୟ ସେନା ପାଇଁ ପ୍ରସ୍ତୁତ ହେବାକୁ ଯାଉଛି ଏହାକୁ ପିନ୍ଧିଲେ ଯବାନମାନେ ହୋଇଯିବେ ମିଷ୍ଟର ଇଣ୍ଡିଆ, ହୋଇଯିବେ ଗାଏବ । ଆଇଆଇଟି କାନପୁର ପ୍ରସ୍ତୁତ କରିଥିବା ଏହି ମ୍ୟାଟେରିଆଲର ବ୍ୟବହାର ଭାରତୀୟ ସେନା ଯଦି କରନ୍ତି ତାହେଲେ ଶତ୍ରୁ ତାଙ୍କୁ ଦେଖିବା ମୁସ୍କିଲ । ସେମାନଙ୍କ ଟେର୍ ବି ପାଇବନି ଶ୍ରତୁ ।

ଏହା ଏକ ଏପରି ‘ମ୍ୟାଟେରିଆଲ ସରଫେସ୍ କ୍ଲୋକିଙ୍ଗ ସିଷ୍ଟମ’ ଅଟେ,  ଯାହା ଆମ ଭାରତୀୟ ସେନାର ସୈନିକ, ବିମାନ ଏପରିକି ଡ୍ରୋନକୁ ବି ଶ୍ରତୁ କପଟି ଆଖିରୁ ବଞ୍ଚାଇଦେଇପାରିବ । ଏହି   ସ୍ୱତନ୍ତ୍ର ମ୍ୟାଟେରିଆଲର ପୋଷାକର ସୁବିଧା ହେଉଛି, ଏହାର ଆବରଣ ରହିଲେ ନା ସୈନ୍ୟ ନା ଯୁଦ୍ଧ ବିମାନ , ନା ଅସ୍ତ୍ରଶସ୍ତ୍ର ଶ୍ରତୁର ରାଡାରରେ ଆସିବେନି କି ସାଟେଲାଇଟରେ ବି ଦୃଶ୍ୟମାନେ ହେବେନି ନା ଏହାକୁ ଇନଫ୍ରାରେଡ୍ କ୍ୟାମେରା, ସେନ୍ସର, ଥର୍ମାଲ ଇମେଜର କେହି ବି ଦେଖିପାରିବେନି । ମାନେ ଏହି ମ୍ୟାଟେରିଆଲ ପଛର କୌଣସି ବ୍ୟକ୍ତି, ବସ୍ତୁ କେହି ଅଛି ବୋଲି ଆଦୌ ଜଣାପଡିବେ ନାହିଁ ।

ଏହି ସ୍ୱତନ୍ତ୍ର ଫାଇବର ମ୍ୟାଟେରିଆଲରେ ସେନାର ଗାଡିର କଭର, ସୈନିକଙ୍କ ୟୁନିଫର୍ମ, ଏପରିକି ଏୟାରକ୍ରାଫ୍ଟର କଭର ବି ବନାଯାଇପାରିବ । ଏହି କପଡା ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ । ଏବଂ ବିଦେଶରୁ ଆଦାନୀ ହେଉଥିବା ସରଫେସ୍ କ୍ଲୋକିଙ୍ଗ ସିଷ୍ଟମଠାରୁ ୭ ଗୁଣା ଶସ୍ତା । ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ, ଏହି ମ୍ୟାଟେରିଆଲର ଉଦଘାଟନ କରିଛନ୍ତି ।
 ଏହି କପଡାର ପ୍ରଦର୍ଶନ ଆଇଆଇଟି କାନପୁରରେ ଆୟୋଜିତ ଡିଫେନ୍ସ ଷ୍ଟାର୍ଟଅପ୍ ଏଗଜିବିସନରେ ହୋଇଛି  । ଏହାର ଖୁବ୍ ପ୍ରଶଂସା ମଧ୍ୟ ହେଉଛି । ଯଦି ଏହି କପଡାକୁ ସେନା ଗାଡି ଚାରିପଟେ କଭର କରିଦିଆଯାଏ, ଏହାକୁ ସୈନିକ ମାନେ ପୋଷାକ ଭାବେ ବ୍ୟବହାର କରନ୍ତି , ତେବେ ଏହା କୌଣସି କ୍ୟାମେରା ଏହାକୁ ଟ୍ରାକ୍ କରପାରିବ ନାହିଁ । ଏହା ସହ ଏହା ଭାରତୀୟ ସେନା ପାଇଁ ଆଇଆଇଟି କାନପୁରର ଏକ ବଡ ଅବଦାନ ହେବ ନିଶ୍ଚୟ । 

ଆଇଆଇଟି କାନପୁର ଏହା ଉପରେ ୨୦୧୦ରୁ ପରୀକ୍ଷଣ ଆରମ୍ଭ କରିଥିଲା । ସେନାକୁ ଏଭଳି ଏକ ଉଦଭାବନର ଅବଶ୍ୟକତା ଥିବାବେଳେ ଏହା ଉପରେ ଜୋରଦାର କାମ କଲେ ଆଇଆଇଟିର ଦୁଇ ବରିଷ୍ଠ ପ୍ରଫେସର । ‘ମେଟାତତ୍ତ୍ୱ’ କମ୍ପାନୀର ଏମଡି ଏବଂ ପୂର୍ବତନ ଭାଇସ୍ ମାର୍ଶଲ ପ୍ରବୀଣ ଭଟ୍ଟ କହିଛନ୍ତି, ଏହି ସ୍ୱତନ୍ତ୍ର କପଡାକୁ ବର୍ଷକ ମଧ୍ୟରେ ସେନାକୁ ହସ୍ତାନ୍ତର କରାଯିବ , ଯାହା ସେନା ପାଇଁ ଏକ ରକ୍ଷାକବଚ ହେବ ନିଶ୍ଚୟ ।