ଆତ୍ମହତ୍ୟା ଧମକ ଦେଇ ଅଡୁଆରେ ଆଇଆଇଟି ବାବା : ହୋଟେଲରୁ ଧରିଲା ପୋଲିସ କହିଲେ ହୋଇଗଲା ସାମାନ୍ୟ ଭୁଲ

ସୋସିଆଲ ମିଡିଆରେ ଆତ୍ମହତ୍ୟା ପାଇଁ ଧମକ ଦେଇ ଅଡୁଆରେ ଆଇଆଇଟି ବାବା। ପୋଷ୍ଟ ଭାଇରାଲ ହେବା ପରେ ଅଭୟ ସିଂଙ୍କୁ ହାଜତକୁ ନେଇ ପରେ ଛାଡି ଦେଇଛି ପୁଲିସ ।ସୂଚନା ଅନୁସାରେ ଆଇଆଇଟି ବାବାଙ୍କ ସୋସିଆଲ ମିଡିଆ ଫୋଲୋର ବେଶ ଅଧିକ ଏହା ଭିତରେ ତାଙ୍କର ଆତ୍ମହତ୍ୟା ସମ୍ବନ୍ଧିତ ଏକ ପୋଷ୍ଟ ବେଶ ଭାଇରାଲ ହୋଇଥିଲା

435

Photograph: (KanakNews )

କନକବ୍ୟୁରୋ : ସୋସିଆଲ ମିଡିଆରେ ଆତ୍ମହତ୍ୟା ପାଇଁ ଧମକ ଦେଇ ଅଡୁଆରେ ଆଇଆଇଟି ବାବା। ପୋଷ୍ଟ ଭାଇରାଲ ହେବା ପରେ ଅଭୟ ସିଂଙ୍କୁ ହାଜତକୁ ନେଇ ପରେ ଛାଡି ଦେଇଛି ପୁଲିସ ।ସୂଚନା ଅନୁସାରେ ଆଇଆଇଟି ବାବାଙ୍କ ସୋସିଆଲ ମିଡିଆ ଫୋଲୋର ବେଶ ଅଧିକ ଏହା ଭିତରେ ତାଙ୍କର ଆତ୍ମହତ୍ୟା ସମ୍ବନ୍ଧିତ ଏକ ପୋଷ୍ଟ ବେଶ ଭାଇରାଲ ହୋଇଥିଲା   ।  ଅଭିଯୋଗକ୍ରମେ ପୁଲିସ ବାବାଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରି ଜୟପୁରରୁ ଏକ ମନ୍ଦିରରେ ଠାବ କରିବା ପରେ ହାଜତକୁ ନେଇଥିଲା ।  ତେବେ ବାବାଙ୍କ ସହ କିଛି ନିଶା ଦ୍ରବ୍ୟ ମିଳିବା ପରେ ମାମଲା ନୂଆ ମୋଡ ନେଇଛି ।ତେବେ ବାବା ଗଞ୍ଜେଇକୁ ସେବନ କରୁଥିଲେ ନା ବ୍ୟବସାୟ କରୁଥିଲେ ଏନେଇ ତଦନ୍ତ ଆରମ୍ଭ କରିଛି ରାଜସ୍ଥାନ ପୋଲିସ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe