୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ପଡୁଛି ମହାକୁମ୍ଭର ବୁଡ଼ । ଶୀତରେ ବି ଆଧ୍ୟାତ୍ମିକତାର ଉର୍ଜ୍ଜା ଢାଳୁଛି ସଙ୍ଗମ ନଗରୀ । ଏଠାକୁ ଆସିଥିବା ସାଧୁସନ୍ଥ , ବାବା , ଭକ୍ତ , ମାଳ ବିକ୍ରେତା ସବୁ ଏବେ ଚର୍ଚ୍ଚାରେ । ଏହାରି ଭିତରେ ସବୁଠୁ ଚର୍ଚ୍ଚାରେ ଆସିଥିବା ଆଇଆଇଟି ବାବା ଏବେ ପୁଣି ଲୋକଙ୍କ ନଜରକୁ ଆସିଛନ୍ତି । ଆଧ୍ୟାତ୍ମିକତାର କଥା କହୁଥିବା ଆଇଆଇଟିଆନ୍ ଅଭୟ ସିଂଙ୍କ ଭିଡ଼ିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି , ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଥିବାର ନଜର ଆସୁଛନ୍ତି । ଅଭୟ ସିଂ କହୁଛନ୍ତି , ମତେ ଆଇଆଇଟି ବାବାର ଟ୍ୟାଗ୍ ପସନ୍ଦ ଆସୁନାହିଁ । ମୁଁ ଲୋକପ୍ରିୟତା , ପ୍ରସିଦ୍ଧିକୁ ଆଦୌ ପସନ୍ଦ କରେନାହିଁ । ଆଇଆଇଟି ବାବାଙ୍କ କାହାଣୀ ଏବେ ବନ୍ଦ ହେବା ଆବଶ୍ୟକ । ମୁଁ ଯେଉଁ ମୋହ-ମାୟାକୁ ଛାଡ଼ି ଆଧ୍ୟାତ୍ମିକତାର ମାର୍ଗ ଚୟନ କରିଥିଲି । ଲୋକ ପୁଣିଥରେ ମତେ ସେହି ମାୟାରେ ଛନ୍ଦିବାକୁ ଚାହୁଁଛନ୍ତି । ମୋ ନାଁରେ ଆଇଆଇଟି ଯୋଡ଼ିବା ସହ ବାବା ବୋଲି ବି ସମ୍ବୋଧନ କରୁଛନ୍ତି । ଯାହା ମୋ ଆତ୍ମାକୁ ଆଘାତ ଦେଉଛି ।
/kanak/media/media_files/2025/01/27/ZE0ifp7NdQ3kMfzarQ2p.png)
ଅଭୟ କାନ୍ଦି କାନ୍ଦି କହୁଛନ୍ତି , କେବେ ମୁଁ ଲୋକ ଦେଖାଣିଆ ଭକ୍ତି ଦେଖାଇନାହିଁ କି ଏ ଉପରେ ମୋର ବିଶ୍ବାସ ବି ନାହିଁ । ମୋ ଘର ଲୋକ ପାଖପଡ଼ିଶାଙ୍କୁ ଆମ ପୁଅ ଆଇଆଇଟିଆନ୍ ବୋଲି କହୁଥିଲେ କିନ୍ତୁ ମୁଁ ନିଜକୁ ବଡ଼ ଦେଖାଇବାକୁ ଯାଇ କେବେ କେଉଁଠାରେ କିଛି କହିନି । ଫେମସ୍ ହେବା ପୂର୍ବରୁ ମୁଁ ପ୍ରୟାଗରାଜରେ ଥିଲି , ସେତେବେଳେ ଯେଉଁଠି ପାରିଲା ସେଇଠି ବସିଯାଉଥିଲି,କଥାବାର୍ତ୍ତା ହେଉଥିଲି , ଯାହା ମିଳିଲା ଖାଉଥିଲି । ସେତେବେଳେ କେହି ମୋ ଉପରେ ଧ୍ୟାନ ଦେଉନଥିଲେ କି ସେଲ୍ଫି ନେବା ପାଇଁ ଦୌଡ଼ିଆସୁନଥିଲେ । କିନ୍ତୁ ବର୍ତ୍ତମାନ ଏସବୁ ମୋ ପାଇଁ କାଠିକର ପାଠ ହୋଇଗଲାଣି । ଏ ଲୋକପ୍ରିୟତା ମୋ ପାଇଁ ବୋଝ ପାଲଟିଗଲାଣି । ମୁଁ କେବଳ ମୋର ଆଧ୍ୟାତ୍ମିକ ଯାତ୍ରା ଜାରି ରଖିବାକୁ ଚାହେଁ ।
/kanak/media/media_files/2025/01/27/05KuZppjvsET5vV45PJL.png)
ବହୁତ ଆଗକୁ ବଢିଗଲାଣି ଆଇଆଇଟିଆନ୍ ବାବାଙ୍କ କାହାଣୀ । ଏ କାହାଣୀର ଏବେ ଅନ୍ତ ହେବା ଦରକାର । ପୂର୍ଣ୍ଣତା ପ୍ରାପ୍ତ କରିବା ପାଇଁ ଦାୟିତ୍ବରୁ ମୁକ୍ତ ହେବା ନିହାତି ଜରୁରୀ । ମୁଁ କାହାର ଧ୍ୟାନ ମୋ ଉପରେ କେନ୍ଦ୍ର କରିବାକୁ ଚାହେଁ ନାହିଁ ବରଂ ଶାନ୍ତିରେ ବସି ମୋ ସାଧନା କରିବାକୁ ଚାହେଁ । ମୁଁ ମହାକୁମ୍ଭକୁ ଆସିଥିଲି ସାଧୁସନ୍ଥଙ୍କ ଆଶିର୍ବାଦ ନେଇ ଶାନ୍ତିରେ ବସି ସାଧନା କରିବା ପାଇଁ କିନ୍ତୁ ସବୁକିଛି ଓଲଟା ହେଲା ପରି ଲାଗୁଛି । ଏବେ ମୋ ସାଧନା କେବଳ ଶିବଶମ୍ଭୁଙ୍କ ଦ୍ବାରା ହିଁ ସମ୍ଭବ ।
/kanak/media/media_files/2025/01/27/PxAYvrHP7IoppI3Mp6lf.png)
ଆପଣଙ୍କୁ କହିରଖୁଛୁ ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ କାନାଡ଼ାରେ ମୋଟା ଦରମାର ଚାକିରି ଛାଡ଼ି ଅଭୟ ଆଧ୍ୟାତ୍ମିକ ମାର୍ଗକୁ ଚୟନ କରିଥିଲେ । ବୈରାଗ ଜୀବନକୁ ଆପଣାଇ ଅଭୟ ନିଜ ଘର ଛାଡ଼ିଥିଲେ । କିଛି ସମୟ ଧରି ସେ ସାଧୁସନ୍ଥଙ୍କ ଆଖଡ଼ାରେ ରହିଲେ । କିନ୍ତୁ ବର୍ତ୍ତମାନ ସେ ଏକାକୀ ବିଚରଣ କରୁଛନ୍ତି । ଅଭୟ ସିଂରୁ ଆଇଆଇଟି ବାବା ହୋଇଥିବା ଏହି ଯୁବକ ଏବେ ସାରା ଦେଶରେ ଚର୍ଚ୍ଚିତ ।