କନକ ବ୍ୟୁରୋ: ସାରା ଦେଶରେ ଭରତପୁର ପୁଲିସର କାଣ୍ଡକୁ ନେଇ ତମ୍ବି ତୋଫାନ ଚାଲିଛି । ଏପରି ସମୟରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଆଇଆଇସିଙ୍କ ନାରେ ମଧ୍ୟ ଆସିଛି ଏକ ସାଂଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମର ଶିକାର ପିଡୀତାଙ୍କୁ ନ୍ୟାୟ ଦେବେ କଣ ଓଲଟା ଧମକ ଦେଉଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ପିଡୀତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।

Advertisment

ସାରା ଦେଶରେ ଭରତପୁର ପୁଲିସର କାଣ୍ଡକୁ ନେଇ ତମ୍ବି ତୋଫାନ ଚାଲିଛି । ଏପରି ସମୟରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଆଇଆଇସିଙ୍କ ନାରେ ମଧ୍ୟ ଆସିଛି ଏକ ସାଂଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମର ଶିକାର ପିଡୀତାଙ୍କୁ ନ୍ୟାୟ ଦେବେ କଣ ଓଲଟା ଧମକ ଦେଉଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ପିଡୀତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । 

ପୀଡିତାଙ୍କୁ ଧମକଚମକ ଦେଇ ଦୁଷ୍କର୍ମ ଉଦ୍ୟମ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ଥାନା ବାବୁ। କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଆଇଆଇସିଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତଙ୍କ ପକ୍ଷ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୀଡିତା ଏସପିଙ୍କ ପାଖକୁ ଯାଇଥିଲେ । ଏ ଖବର ପାଇବା ପରେ ଆଇଆଇସି ପ୍ରଦୀପ୍ତ କାନୁନଗୋ, ପୀଡିତା ଓ ପୀଡିତାଙ୍କ ପରିବାରକୁ ଥାନାକୁ ଡାକି ଏସପି ପାଖକୁ କାହିଁକି ଗଲ କହି ଧମକଚମକ ଦେଇଛନ୍ତି । ମାମଲା ଆଗକୁ ନବଢାଇ ବୁଝାମଣା ହୋଇଯିବାକୁ ଥାନା ଅଧିକାରୀ ଚାପ ପକାଉଥିବା ଅଭିଯୋଗ ହୋଇଛି । 

ଅଭିଯୋଗ ଅନୁସାରେ ମଣ୍ଡଳ ଗାଁରେ ସେପ୍ଟେମ୍ବର ୧୦ ତାରିଖରେ ନୂଆଖାଇ ଜୁହାରଭେଟ ପାଇଁ ପଡ଼ୋଶୀ ଘରକୁ ଯାଇଥିଲେ ପୀଡିତା। ସେହି ସମୟରେ ସଂପର୍କୀୟ ରାହାସ ନାଏକ ନିଶାଶକ୍ତ ଅବସ୍ଥାରେ ପୀଡିତାଙ୍କୁ ପାଖ ଘରକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ କଲମପୁର ଥାନାରେ ଏତଲା ପରେ ପୋଲିସ ଧାରା ୭୪, ୭୫, ୨୯୬, ୧୧୫ ଓ ଧାରା ୩ ରେ ମାମଲା ରୁଜୁ କରି ଚୁପ ବସିଯାଇଛି । ପୀଡିତା ଏସପିଙ୍କ ଦ୍ବାରସ୍ଥ ହେବା ପରେ ଧର୍ମଗଡ଼ ଏସଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।  

ପ୍ରଶ୍ନ ଉଠୁଛି କଲମପୁର ପୋଲିସ ପୀଡିତାକୁ ଧମକ ଦେଇ ଅଭିଯୁକ୍ତ ପ୍ରତି ଦରଦ ଦେଖାଉଛି କାହିଁକି? ଦୁଷ୍କର୍ମ ଉଦ୍ୟମ ମାମଲାକୁ କାହିଁକି ଚାପିଦେବାକୁ ଉଦ୍ୟମ କରୁଛି? ଅଭିଯୁକ୍ତ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ?