କଣ୍ଟାବାଞ୍ଝି ଆଇଆଇସି ରଶ୍ମିତା ବେହେରାଙ୍କ ସ୍ବାମୀଙ୍କ ଦାଦାଗିରି : ଥାନାରେ ଅଭିଯୋଗ ଓ ଉତ୍ତେଜନା

ରାସ୍ତା ମଝିରେ ଆଇଆଇସିଙ୍କ ସ୍ବାମୀଙ୍କର ଦାଦାଗିରି। ଯୁବକଙ୍କୁ ଚାପୁଡ଼ା ମାରିଲେ କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀ। ପ୍ରତିବାଦରେ ବିଳମ୍ବିତ ରାତିରେ ଥାନା ଘେରାଉ କରିଥିଲେ ସାଧାରଣ ଲୋକେ

31

Photograph: (kanaknews)

କନକବ୍ୟୁରୋ : ରାସ୍ତା ମଝିରେ ଆଇଆଇସିଙ୍କ ସ୍ବାମୀଙ୍କର ଦାଦାଗିରି। ଯୁବକଙ୍କୁ ଚାପୁଡ଼ା ମାରିଲେ କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀ। ପ୍ରତିବାଦରେ ବିଳମ୍ବିତ ରାତିରେ ଥାନା ଘେରାଉ କରିଥିଲେ ସାଧାରଣ ଲୋକେ  ।  ତେବେ ମାମଲା ଅଧିକ ତେଜିବାରୁ କ୍ଷମା ମାଗିଛନ୍ତି ଥାନା ଅଧିକାରୀଙ୍କ ସ୍ବାମୀ। ସୂଚନା ଅନୁସାରେ, କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀ ଇନ୍ଦିରା ଛକରେ, ସ୍ଥାନୀୟ ଯୁବକଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲେ। ତେବେ ସାମାନ୍ୟ କଥା କଟାକଟି ହେବାରୁ ଯୁବକଙ୍କୁ ଚାପୁଡ଼ା ମାରିଥିଲେ ଆଇଆଇସିଙ୍କ ସ୍ବାମୀ ।

ଏନେଇ ଥାନାରେ ଅଭିଯୋଗ କରାଯାଇଥିଲେ ବି ମାମଲା ରୁଜୁ ହୋଇନଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଥାନାରେ ପହଞ୍ଚିଥିଲେ ଯୁବକଙ୍କ ସହ କିଛି ଲୋକେ। ରାତି ଅଧରେ ଥାନାରେ ଏସଡିପିଓ ଓ ଆଇଆଇସି ମ୍ୟାଡମଙ୍କୁ ଘେରିଥିଲେ ଉତ୍ୟକ୍ତ ଲୋକେ। ତେବେ ବିବାଦ ଅଧିକ ଘନେଇବାରୁ ଶେଷରେ ସର୍ବସାଧାରଣରେ ଭୁଲ୍‌ ମାଗିଥିଲେ ଆଇଆଇସିଙ୍କ ସ୍ବାମୀ। 
--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe