ମହିଳା କନଷ୍ଟେବଳଙ୍କୁ ରାତି ଅଧରେ ପ୍ରେମ ନିବେଦନ କଲେ ଆଇଆଇସି ; ଏସପିଙ୍କ ପାଖରେ ଫେରାଦ ହେଲେ ମହିଳା

ବିବାଦରେ ରାମଚଣ୍ଡୀ ଥାନା ଆଇଆଇସି । ରାତି ଅଧରେ ମହିଳା କନେଷ୍ଟବଳଙ୍କୁ ପ୍ରେମ ନିବେଦନ ନେଇ ସାଂଘାତିକ ଅଭିଯୋଗ । ପୁରୀ ଏସପି, ନିମାପଡା ଏସଡିପିଓଙ୍କୁ ଲିଖିତ ଭାବେ ଫେରାଦ ହେଲେ କନେଷ୍ଟବଳ । ଚାଲିଛି ତଦନ୍ତ

Screen Shot 2025-01-17 at 7.32.44 AM

Screen Shot 2025-01-17 at 7.32.44 AM Photograph: (KanakNews)

କନକ ବ୍ୟୁରୋ: ମହିଳା କନେଷ୍ଟବଳଙ୍କୁ ଆଇଆଇସିଙ୍କ ରାତି ଅଧରେ ପ୍ରେମ ନିବେଦନ ଅଭିଯୋଗ। କୋଣାର୍କ ପୁରୀ ବେଳାମାର୍ଗରେ ଅବସ୍ଥିତ ରାମଚଣ୍ଡୀ ଥାନାରେ ଜୈନିକା ମହିଳା କନେଷ୍ଟବଳଙ୍କୁ ରାତିଅଧରେ ଥାନା ଅଧିକାରୀ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ମହିଳା କନେଷ୍ଟବଳ ଜଣକ ଲିଖିତ ଅଭିଯୋଗ କରିଛନ୍ତି । 
 
ମହିଳା କନଷ୍ଟେବଳଙ୍କ ଲିଖିତ ଅଭିଯୋଗ ଅନୁସାରେ,   ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି ନିଜ ଥାନାର ଜଣେ ମହିଳା କନେଷ୍ଟବଳଙ୍କ ରୁମ୍ ପାଖକୁ ଗତ ବୁଧବାର ବିଳମ୍ବିତ ରାତିରେ ଯାଇଥିଲେ । ଥାନା ପରିସରରେ ଏହି ରୁମ୍ ଅଛି । ଥାନା ଅଧିକାରୀ କବାଟ ବାଡେଇ ପଛ ଦ୍ୱାର ଖୋଲିବାକୁ କହିଥିଲେ। ମାତ୍ର ଏତେ ରାତିରେ କ’ଣ କାମ ବୋଲି ପଚାରିବା ସହ ଭୟଭୀତ ହୋଇ କବାଟ ଖୋଲି ନଥିଲେ । ହେଲେ ଥାନା ଅଧିକାରୀ ପୃଷ୍ଟି ତାଙ୍କୁ ନିରାଶ ନକରିବାକୁ କହିଥିବା କନେଷ୍ଟବଳ ଅଭିଯୋଗ କରିଛନ୍ତି । ଏହାସହ ଥାନାରେ ଡ୍ୟୁଟିରେ ଥିବା ସାଥି ବିଦ୍ୟାଧର ଟୁଡୁଙ୍କୁ ଜଣାଇଥିଲେ । ଏ ନେଇ ସେ ପୁରୀ ଏସପି, ନିମାପଡା ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । 

ଏହାସହ ପୁରୀ ଜିଲ୍ଲା ହାବିଲଦାର ସିପାହୀ କନେଷ୍ଟବଳ ମହାସଂଘର ସଭାପତି ସନ୍ତୋଷ ମହାନ୍ତିଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମାମଲାକୁ ରଫାଦଫା କରିଦେବାକୁ ମହିଳା କନେଷ୍ଟବଳଙ୍କ ଉପରେ ଚାପ ପକାଯାଉଥିବା କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe