କନକ ବ୍ୟୁରୋ: ମହିଳା କନେଷ୍ଟବଳଙ୍କୁ ଆଇଆଇସିଙ୍କ ରାତି ଅଧରେ ପ୍ରେମ ନିବେଦନ ଅଭିଯୋଗ। କୋଣାର୍କ ପୁରୀ ବେଳାମାର୍ଗରେ ଅବସ୍ଥିତ ରାମଚଣ୍ଡୀ ଥାନାରେ ଜୈନିକା ମହିଳା କନେଷ୍ଟବଳଙ୍କୁ ରାତିଅଧରେ ଥାନା ଅଧିକାରୀ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ମହିଳା କନେଷ୍ଟବଳ ଜଣକ ଲିଖିତ ଅଭିଯୋଗ କରିଛନ୍ତି । 
 
ମହିଳା କନଷ୍ଟେବଳଙ୍କ ଲିଖିତ ଅଭିଯୋଗ ଅନୁସାରେ,   ରାମଚଣ୍ଡୀ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପୃଷ୍ଟି ନିଜ ଥାନାର ଜଣେ ମହିଳା କନେଷ୍ଟବଳଙ୍କ ରୁମ୍ ପାଖକୁ ଗତ ବୁଧବାର ବିଳମ୍ବିତ ରାତିରେ ଯାଇଥିଲେ । ଥାନା ପରିସରରେ ଏହି ରୁମ୍ ଅଛି । ଥାନା ଅଧିକାରୀ କବାଟ ବାଡେଇ ପଛ ଦ୍ୱାର ଖୋଲିବାକୁ କହିଥିଲେ। ମାତ୍ର ଏତେ ରାତିରେ କ’ଣ କାମ ବୋଲି ପଚାରିବା ସହ ଭୟଭୀତ ହୋଇ କବାଟ ଖୋଲି ନଥିଲେ । ହେଲେ ଥାନା ଅଧିକାରୀ ପୃଷ୍ଟି ତାଙ୍କୁ ନିରାଶ ନକରିବାକୁ କହିଥିବା କନେଷ୍ଟବଳ ଅଭିଯୋଗ କରିଛନ୍ତି । ଏହାସହ ଥାନାରେ ଡ୍ୟୁଟିରେ ଥିବା ସାଥି ବିଦ୍ୟାଧର ଟୁଡୁଙ୍କୁ ଜଣାଇଥିଲେ । ଏ ନେଇ ସେ ପୁରୀ ଏସପି, ନିମାପଡା ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । 

Advertisment

ଏହାସହ ପୁରୀ ଜିଲ୍ଲା ହାବିଲଦାର ସିପାହୀ କନେଷ୍ଟବଳ ମହାସଂଘର ସଭାପତି ସନ୍ତୋଷ ମହାନ୍ତିଙ୍କୁ ମଧ୍ୟ ଜଣାଇଛନ୍ତି । ହେଲେ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମାମଲାକୁ ରଫାଦଫା କରିଦେବାକୁ ମହିଳା କନେଷ୍ଟବଳଙ୍କ ଉପରେ ଚାପ ପକାଯାଉଥିବା କୁହାଯାଉଛି।