କନକବ୍ୟୁରୋ : ଇଗନୋ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ଡିପ୍ଲୋମା ଇନ ଆର୍ଲି ଚାଇଲଡ଼ କେୟାର ଏଜୁକେସନ ପାଠ୍ୟକ୍ରମ ପାଇଁ ଓଡ଼ିଆ ଭାଷାରେ ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ପାଠ୍ୟକ୍ରମରେ 30 ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ଅଧିକାଂଶ ଅଙ୍ଗନବାଡି କର୍ମୀ ମାନେ ସାମିଲ ଅଛନ୍ତି । ଗତ ଜୁନ ମାସରେ ଇଗନୋ ବିଶ୍ୱବିଦ୍ୟାଳୟ, ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଆଜି ଓଡ଼ିଆ ଭାଷାର ବହି ପ୍ରକାଶିତ ହୋଇଛି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓଡ଼ିଆ ଭାଷାର ବହିକୁ ଲୋକାର୍ପିତ କରିଛନ୍ତି । ଆଗକୁ ଇଗନୋ ର ଅନ୍ୟ ପାଠ୍ୟକ୍ରମ ର ପୁସ୍ତିକା ଓଡ଼ିଆ ଭାଷାରେ ଛପାଯିବ । ଓଡ଼ିଶାରେ ପ୍ରଚଳିତ ବିଏ, ବି-କମ୍ ଭଳି ଲୋକପ୍ରିୟ ପାଠ୍ୟକ୍ରମ ର ବହି ମଧ୍ୟ ଓଡ଼ିଆ ଭାଷାରେ ଖୁବ ଶୀଘ୍ର ଉପଲବ୍ଧ ହେବ । ଇଗନୋ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ସମସ୍ତ 330 ଟି ପାଠ୍ୟକ୍ରମର ବହି ପର୍ଯ୍ୟାୟକ୍ରମେ ଓଡ଼ିଆ ଭାଷାରେ ମିଳିବ ବୋଲି କୁଳପତି କହିଛନ୍ତି ।