ବିଜେଡିରେ ଅମରଙ୍କୁ ଅଣଦେଖା ! ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅନୁପସ୍ଥିତିକୁ ନେଇ ବଢିଲା ଚର୍ଚ୍ଚା

Advertisment

ବୈଠକକୁ ଡ଼କାଯାଇନଥିଲା ନା ବୈଠକକୁ ଗଲେନି ଅମର । ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ।

ବୈଠକକୁ ଡ଼କାଯାଇନଥିଲା ନା ବୈଠକକୁ ଗଲେନି ଅମର । ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ।

Amar Sathpathy

କନକ ବ୍ୟୁରୋ : ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା । ବୈଠକକୁ ଡ଼କାଯାଇନଥିଲା ନା ବୈଠକକୁ ଗଲେନି ଅମର । ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ।

ଅମର କହିଛନ୍ତି, ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି । ଦଳ ଅଣଦେଖା କରୁଛି କି ଆପଣଙ୍କୁ ପ୍ରଶ୍ନରେ କହିଛନ୍ତି ମୁଁ ସେ ସମ୍ପର୍କରେ କିଛି ମତାମତ ଦେବାକୁ ଚାହୁଁନି । ଦଳ ସେ ବିଷୟରେ କହିପାରିବ । ଏହା ପୂର୍ବରୁ ଅକ୍ଟୋବର ୨ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବେଳେ ବଡ଼ଚଣାରେ ତିନି ଗୋଷ୍ଠୀ ଭିନ୍ନ ଭିନ୍ନ ପଦଯାତ୍ରାରେ ଆସି ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ଦେଖିବାକୁ ମିଳିଥିଲା । ଅମର ଶତପଥୀବର୍ଷା ପ୍ରିୟଦର୍ଶିନୀ ଓ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe