କନକ ବ୍ୟୁରୋ : ଯାଜପୁର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା । ବୈଠକକୁ ଡ଼କାଯାଇନଥିଲା ନା ବୈଠକକୁ ଗଲେନି ଅମର । ଏହାକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅମର ।
ଅମର କହିଛନ୍ତି, ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି । ଦଳ ଅଣଦେଖା କରୁଛି କି ଆପଣଙ୍କୁ ପ୍ରଶ୍ନରେ କହିଛନ୍ତି ମୁଁ ସେ ସମ୍ପର୍କରେ କିଛି ମତାମତ ଦେବାକୁ ଚାହୁଁନି । ଦଳ ସେ ବିଷୟରେ କହିପାରିବ । ଏହା ପୂର୍ବରୁ ଅକ୍ଟୋବର ୨ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ବେଳେ ବଡ଼ଚଣାରେ ତିନି ଗୋଷ୍ଠୀ ଭିନ୍ନ ଭିନ୍ନ ପଦଯାତ୍ରାରେ ଆସି ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ଦେଖିବାକୁ ମିଳିଥିଲା । ଅମର ଶତପଥୀବର୍ଷା ପ୍ରିୟଦର୍ଶିନୀ ଓ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/XXkjqDWIJ9JTVUuXU6ia.jpg)