କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍. ସାଇନିଙ୍କୁ ଦିଲ୍ଲୀ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପୀଡ଼ିତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବାକୁ ପରାମର୍ଶ ଦିଆଯାଇଛି । ଦି
ଦିଲ୍ଲୀ ପୋଲିସ ସହ ସମନ୍ୱୟ ରକ୍ଷା କରି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ କୁହାଯାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଛି । ସିସିଟିଭି ଫୁଟେଜ୍ ଓ ଅନ୍ୟ ବୈଷୟିକ ଜ୍ଞାନ ଆଧାରରେ ତଦନ୍ତ ଚାଲିଛି । ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ଜଣାପଡ଼ିଛି । ଗଣଦୁଷ୍କର୍ମର ଶିକାର ଯୁବତୀ ଜଣେ ନର୍ସିଂ ଗ୍ରାଜୁଏଟ। ଗତ ୧୦ ଏବଂ ୧୧ ତାରିଖ ରାତିରେ ଦିଲ୍ଲୀ ସାଉଥ ଇଷ୍ଟର ସରାଇକଲେ ଖାନ୍ ଫ୍ଲାଏଓଭର ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୩୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାୟ ବର୍ଷେ ଧରି ଦିଲ୍ଲୀରେ ସେ ରହିଆସୁଥିଲେ । ହେଲେ ଗତ ମାସେ ଧରି ଯୁବତୀ କୁଆଡ଼େ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ମାମଲା କରାଯାଇଥିଲା ।
Follow Us