କନକ ବ୍ୟୁରୋ : ଡରାଉଛି HMPV ଭୂତାଣୁ । ଚୀନ୍‌ ପରେ ଭାରତରେ ପ୍ରବେଶ କରିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଛି ।   ରାଜ୍ୟରେ ମଧ୍ୟ HMPV ଭୂତାଣୁ ନେଇ ଲୋକେ ଆତଙ୍କିତ । ତେବେ ସଂକ୍ରମଣ ସେତେ ବଡ ନୁହେଁ ତେଣୁ  ଭୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର  । ସେହି କହିଛନ୍ତି ଏ ଯାଏଁ HMPV ନେଇ କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଦେଇ ନାହାନ୍ତି ।  ତେଣୁ ରାଜ୍ୟ ସରକାର କିଛି ମାର୍ଗଦର୍ଶିକା ଜାରି କରି ନାହାନ୍ତି । ଏହି ଭୂତାଣୁ ଥଣ୍ଡା ଜ୍ୱର  ସୃଷ୍ଟି  କରେ ।  ତେଣୁ ସଂକ୍ରମଣ ସେତେ ବଡ଼ ନୁଏନି ।

Advertisment

 ଯଦି ମାର୍ଗଦର୍ଶିକା ଆସେ, ସେହି ଅନୁସାରେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯିବ। ଭୁବନେଶ୍ୱରରେ ଷ୍ଟେଟ IDSP ସେଲ ଓ କେନ୍ଦ୍ରରୁ NCDC ଏହାକୁ ମନିଟର କରୁଛନ୍ତି । ହେଲଥ ଏମେରଜେନସି ଅପରେସନ ସେଣ୍ଟର ଖୋଲିବା ନେଇ କେନ୍ଦ୍ର ସରକାର ସହ MOU  ମଧ୍ୟ ହୋଇଛି । ଏହି ସେଣ୍ଟର 24 ଘଣ୍ଟା କାମ କରିବ ।  ସାରା ରାଜ୍ୟର ସ୍ୱାସ୍ଥ୍ୟ ଡାଟା ନେଇ ଏକ ଡ୍ୟାସବୋର୍ଡ ହେବ। ଏହା ରାଜ୍ୟ ଅଧୀନରେ କାମ କରିବ । ଭୁବନେଶ୍ୱର ନଅ ତାଲାରେ ଏହି ସେଣ୍ଟର ହେବ। ଖୁବ ଶୀଘ୍ର ଏହା କାମ ଆରମ୍ଭ ହେବ ।

ମାସ୍କ ପିନ୍ଧା ନେଇ କୌଣସି ନିର୍ଦ୍ଦେଶ ଦେଇନୁ ବୋଲି କହିଛନ୍ତି ଡାକ୍ତର ନୀଳକଣ୍ଠ ମିଶ୍ର । WHO ରିପୋର୍ଟ ଅନୁସାରେ, ଚାଇନାରେ ବି କେଶ କମିଛି । ଭାରତରେ ବି କମୁଛି । ଓଡ଼ିଶାରେ ଏ ଯାଏଁ କୌଣସି କେଶ ଆସିନି । ତେଣୁ ବ୍ୟସ୍ତ ହେବାରେ କିଛି ନାହିଁ । କେଶ ବଢିଲେ, ସେ ସମୟରେ ଦେଖାଯିବ । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଥଣ୍ଡା ଜ୍ୱର କାଶ ହେଲେ ସଂଗରୋଧ ରୁହନ୍ତୁ । ଗହଳିକୁ ଯାଆନ୍ତୁ ନାହିଁ। ହାତ ଧୁଅନ୍ତୁ। ଋତୁ ପରିବର୍ତନ ଯୋଗୁଁ ଶୀତ ଦିନରେ ଥଣ୍ଡା ଜ୍ୱର ବଢ଼େ । ତେଣୁ  ଭୟ କରିବାର କିଛି ନାହିଁ।