ପାକିସ୍ତାନକୁ ଆପ୍ ସାଂସଦଙ୍କ କଡ଼ା ଚେତାବନୀ: କହିଲେ, ସୁଧୁରିଯାଅ ନହେଲେ କାଶୀଠୁ ଇସଲାମାବାଦ ଯାଏଁ ବହିବ ଗଙ୍ଗା

ରାଘବ ଚଢା ଏକ ଭିଡିଓ ଜାରି କରି କହିଛନ୍ତି କି,ଏହା ସତ୍ୟ ଯେ ଆପଣ ବନ୍ଧୁକୁ ବଦଳାଇ ପାରିବେ କିନ୍ତୁ ପଡ଼ୋଶୀକୁ ନୁହେଁ ଆଉ ଯଦି ପଡ଼ୋଶୀ ପାକିସ୍ତାନ ପରି ହୋଇଥାଏ ତେବେ କଠୋର ଦଣ୍ଡ ଦେବା ଆମର ପ୍ରଥମ କର୍ତ୍ତବ୍ୟ ।

raghav

Photograph: (kanak news)

କନକ ବ୍ୟୁରୋ: ଅପରେସନ୍‌ ସିନ୍ଦୂର ପରେ ବିଳିବିଳାଉଛି ଆତଙ୍କୀସ୍ତାନ,ଲଗାତାର କରିଚାଲିଛ ଅସ୍ତ୍ରବିରତି ଉଲ୍ଲଂଘନ । ସାଧାରଣ ନିରୀହ ଲୋକଙ୍କ ଉପରୁ କରୁଛି ଆକ୍ରମଣ । ଆକ୍ରମଣର କଡ଼ା ଜବାବ୍‌ ଦେବାକୁ ଯାଇ ପ୍ରତିଆକ୍ରମଣ କରୁଛି ଭାରତ । ଭାରତ-ପାକ୍‌ ଭିତରେ ଚାଲିଛି ଯୁଦ୍ଧ ପରିସ୍ଥିତି । ଏହାରି ଭିତରେ ଆମ୍‌ ଆଦମୀ ପାର୍ଟିର ରାଜ୍ୟ ସଭା ସାଂସଦ ରାଘବ ଚଢା ପାକିସ୍ତାନକୁ ଦେଇଛନ୍ତି ଚେତାବନୀ । କହିଛନ୍ତି, ସୁଧିରି ଯାଅ ନହେଲେ କାଶୀଠୁ ନେଇ ଇସଲାମ୍‌ବାଦ୍‌ ପର୍ଯ୍ୟନ୍ତ ବହିବ ଗଙ୍ଗା ଆଉ ରାୱଲପିଣ୍ଡିରେ ଉଡ଼ିବ ତ୍ରିରଙ୍ଗା । 

ରାଘବ ଚଢା ଏକ ଭିଡିଓ ଜାରି କରି କହିଛନ୍ତି କି,ଏହା ସତ୍ୟ ଯେ ଆପଣ ବନ୍ଧୁକୁ ବଦଳାଇ ପାରିବେ କିନ୍ତୁ ପଡ଼ୋଶୀକୁ ନୁହେଁ ଆଉ ଯଦି ପଡ଼ୋଶୀ ପାକିସ୍ତାନ ପରି ହୋଇଥାଏ ତେବେ କଠୋର ଦଣ୍ଡ ଦେବା ଆମର ପ୍ରଥମ କର୍ତ୍ତବ୍ୟ । ଆଜି ଭାରତ କେବଳ ପାକିସ୍ତାନ ବିରୁଦ୍ଧରେ ନୁହେଁ ବରଂ ନିଷ୍ଠୁରତା, ବର୍ବରତା ଏବଂ ଆତଙ୍କବାଦୀ ମାନସିକତା ବିରୁଦ୍ଧରେ ଯୁଦ୍ଧ ଲଢ଼ୁଛି ।

ସେ ଭାରତୀୟ ସେନାର ପ୍ରଶଂସା ମଧ୍ୟ କରିଛନ୍ତି ଏବଂ କହିଛନ୍ତି , ଆମର ସେନା ଯେଉଁ ଅଦ୍ଭୁତ ବୀରତ୍ୱ ଓ ସୌର୍ଯ୍ୟର ସହ ଲଢୁଛନ୍ତି ତାହା ସ୍ପଷ୍ଟ କରୁଛି ଯେ ଏଥର ଆତଙ୍କବାଦର ମୂଳୋତ୍ପାଟନ କରାଯିବ । ଆମକୁ କେବଳ ଭାରତୀୟ ସେନାର ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ । ଆମକୁ ସେମାନଙ୍କ ପରିବାର ସହିତ ଠିଆ ହେବାକୁ ପଡିବ, ସେମାନଙ୍କ ସାହସ ଏବଂ ମନୋବଳକୁ ବୃଦ୍ଧି କରିବାକୁ ପଡିବ । ଯେଉଁମାନଙ୍କର ପୁଅମାନେ ସୀମାରେ ଶତ୍ରୁ ସହିତ ଲଢ଼ୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ସାରା ବିଶ୍ୱ ଜାଣେ ଯେ ଏହା ଆମର ନୀତି କ’ଣ  - ଆମେ ପ୍ରଥମେ କାହା ସହ ଲାଗୁନୁ ଆଉ ଆମ ସହ ଯିଏ ଲାଗେ ଆମେ ତାକୁ ଛାଡ଼ୁନୁ । ୨୨ ଏପ୍ରିଲ ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀମାନେ ଆମର ନିରୀହ ଲୋକମାନଙ୍କୁ ଲୋକଙ୍କୁ ଯେଉଁ କାପୁରୁଷତା ଏବଂ ନିଷ୍ଠୁରତା ସହିତ ହତ୍ୟା କରିଥିଲେ, ତାହା ମାନବ ଇତିହାସରେ ଏକ କଳଙ୍କ । ତେଣୁ ଆମେ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ଆମର ଭଉଣୀମାନଙ୍କ ସିନ୍ଦୂରର ପ୍ରତିଶୋଧ ନେଇଥିଲୁ କିନ୍ତୁ ପାକିସ୍ତାନ ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ସୀମାରେ ଆମର ନିରୀହ ନାଗରିକ ଏବଂ ପିଲାମାନଙ୍କୁ ଟାର୍ଗେଟ କଲା । ସେ ଭୁଲିଗଲେ ଯେ ଭାରତ ବୁଦ୍ଧଙ୍କ ଭୂମି ଏବଂ ଅର୍ଜୁନ ଓ ଭୀମଙ୍କ ଭଳି ମହାନ ଯୋଦ୍ଧାଙ୍କ ଭୂମି । ଭାରତରେ ମହାତ୍ମା ଗାନ୍ଧୀଙ୍କ ବଂଶଧର ଅଛନ୍ତି ଏବଂ ଭଗତ ସିଂହ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ବୀରଙ୍କ ବଂଶଧର ମଧ୍ୟ ଅଛନ୍ତି । ଏଥିପାଇଁ ଭାରତର ତିନି ସେନା ଏହା ପ୍ରମାଣ କରିଛନ୍ତି ଯେ ‘ଭାରତ ପାକିସ୍ତାନ କା ବାପ୍‌ ହେ ଓୌର ବାପ୍‌ ବାପ୍‌ ହୋତା ହୈ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe