ଆୟୁଷ୍ମାନ କାର୍ଡ ନେଇ ଆସିଲା ବଡ଼ ଖବର; ରାସନ୍ କାର୍ଡ ନଥିଲେ ବି ମିଳିବ ଆୟୁଷ୍ମାନ କାର୍ଡ

Advertisment

ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ଏହାସହ ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ ।

ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ଏହାସହ ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ ।

AYUSHMAN CARD

AYUSHMAN CARD Photograph: (KanakNews )

କନକ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହେଇସାରିଛି ଆୟୁଷ୍ମାନ ଯୋଜନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓଡ଼ିଶାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ତେବେ ଏହି ଯୋଜନା ଓଡ଼ିଶାରେ ଆରମ୍ଭ ହେବା ପରେ, ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେଇଛି । ଖାସ୍ କରି, କେଉଁ କେଉଁ ଲୋକ ଏହି ଯୋଜନାର ସୁବିଧା ପାଇବେ? କେମିତି ଲୋକମାନେ କାର୍ଡ ପାଇବେ? ଆଉ ରାସନ୍ କାର୍ଡ ନଥିଲେ, ଜଣେ ଲୋକ ଏହି କାର୍ଡ ପାଇପାରିବେ କି? ବୋଲି ପ୍ରଶ୍ନ ଉଠିଛି । ଆଉ ଏହାରି ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ଏକ ବଡ଼ ସୂଚନା । 

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ଏହାସହ ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ । ତେବେ ରାସନ୍ ନଥିବା  ୨ ଲକ୍ଷ ପରିବାର ବି ଆୟୁଷ୍ମାନ ଯୋଜନାର ସୁବିଧା ପାଇବେ ବୋଲି ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ମିଳିଥିବା ସୂଚନା ମୁତାବକ, ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଇନକମ୍‌ ଟାକ୍ସ ଦେଉଥିଲେ ବି, ଏହି ଯୋଜନାର ସୁବିଧା ପାଇପାରିବେ । ଆୟୁଷ୍ମାନ କାର୍ଡରେ, ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏହାସହ  ପରିବାରରେ ୭୦ ବର୍ଷରୁ ଅଧିକ ବର୍ଷର ଲୋକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ଯୋଗାଇ ଦେବେ ସରକାର । ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ରାସନ କାର୍ଡ ନଥିବା ୨ ଲକ୍ଷ ପରିବାର ବି ଏହି ଯୋଜନାରୁ ସୁବିଧା ପାଇବେ । ଏହାସହ ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଚିକିତ୍ସା  ସୁବିଧା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe