କନକ ବ୍ୟୁରୋ : ରାସନକାର୍ଡ ଇ-କେୱାଇସି କରିନଥିବା ଲୋକଙ୍କ ପାଇଁ ବଡ ଖବର । ରାସନ୍ କାର୍ଡ e-KYC ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ । ଆସନ୍ତା ୧୫ ତାରିଖ ରାସନ କାର୍ଡ ଋ-ଳଚ୍ଚମ  ଆବେଦନର ଶେଷ ତାରିଖ । ଆଉ ସମୟ ଅବଧି ବଢିବା ନାହିଁ । ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ e-KYC କରି ନାହାନ୍ତି । ଯେଉଁମାନେ e-KYC କରି ନାହାନ୍ତି, ସେମାନେ କରି ଦିଅନ୍ତୁ । ଆଉ ଯେଉଁମାନେ ନ କରିବେ । ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ । 

Advertisment

ସରକାରୀ ଅଫିସରଙ୍କୁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଯେଉଁ ସରକାରୀ ଅଫିସର ମାନେ ରାସନ୍ କାର୍ଡ ନେଇଛନ୍ତି ସମସ୍ତେ  ସରେଣ୍ଡର କରିଦିଅନ୍ତୁ । ସରେଣ୍ଡର ପିରିୟଡ ଶେଷ ହେଇ ଯିବା ପରେ ଯଦି ସରକାରୀ ଅଧିକାରୀ ସରେଣ୍ଡର କରି ନଥିବେ, ତେବେ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ଆକ୍ସନ ନେବେ ସରକାର । ତେବେ ବହୁତ ସରକାରୀ ଅଧିକରୀ ସରେଣ୍ଡର କରି ସାରିଛନ୍ତି । ଯେଉଁମାନେ ଆବେଦନ କରିଛନ୍ତି । ସେଗୁଡ଼ିକର ଯାଞ୍ଚ ଚାଲିଛି । ଏବେ ପୋର୍ଟାଲ ଖୋଲାଯିବ । ଯେଉଁମାନେ ନୂଆ କରୀ ଆବେଦନ କରିବେ । ସେମାନଙ୍କ ଆଦେଦନକୁ ବିଚାରକୁ ନିଆଯିବ ।