କନକ ବ୍ୟୁରୋ : ପୁରିଲା କଣ୍ଟ, ଏଥର କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର । ୨୦୨୪ ଅଗଷ୍ଟ ମାସରୁ ଇ-କେଓ୍ୱାଇସି  ପାଇଁ ତାରିଖ ପରେ ତାରିଖ ଧାର୍ଯ୍ୟ କରିଆସୁଥିଲେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ । ଏଥର କିନ୍ତୁ ସମୟ ଅବଧି  ବଢାଇଲାନି ଯୋଗାଣ ବିଭାଗ । ଜୁନ ଶେଷ ସୁଦ୍ଧା ୨୧ ଲକ୍ଷ ୫୮ ହଜାର ହିତାଧିକାରୀ ଇ-କେଓ୍ୱାଇସି କ ରିନାହାନ୍ତି । ଚଳିତ ମାସରୁ ଇ-କେଓ୍ୱାଇସି କରିନଥିବା  ହିତାଧିକାରିଙ୍କୁ ଚାଉଳ ମିଳିବନି ବୋଲି ରୋକଠୋକ ଭାବେ ଶୁଣାଇଛନ୍ତି  ମନ୍ତ୍ରୀ କୃଷ୍ଣ ପାତ୍ର । କହିଛନ୍ତି ତିନି ମାସ ପର୍ଯ୍ୟନ୍ତ ରାସନ ଯୋଗଣା ବନ୍ଦ ରହିବ ।  ଯଦି ତିନିମାସ ଭିତରେ ଇ-କେଓ୍ୱାଇସି ନ କରନ୍ତି ତାହା ହେଲେ ରାସନ କାର୍ଡରୁ ହିତାଧିକାରୀଙ୍କୁ ସମ୍ପୁର୍ଣ୍ଣ ବାଦ ଦିଆଯିବ  ।

Advertisment

ନଜର ପକାନ୍ତୁ କେଇଁ କେଉଁ  ଜିଲ୍ଲାରେ କେତେ ହିତାଧିକାରୀ  ଇ-କେଓ୍ୱାଇସି କରିନହାନ୍ତି

ଇ-କେୱାଇସି ଅପଡେଟ୍ କରିନାହାନ୍ତି 
ଜିଲ୍ଲା                          ଇ-କେଓ୍ୱାଇସି ପେଣ୍ଡିଂ
ଗଞ୍ଜାମ                  ୨ଲକ୍ଷ ୧ ହଜାର
ମୟୂରଭଞ୍ଜ            ୧ ଲକ୍ଷ ୩୧ ହଜାର
କଳାହାଣ୍ଡି               ୧ ଲକ୍ଷ ୩୦ ହାଜର
କେନ୍ଦୁଝର               ୧ ଲକ୍ଷ ୭ ହାଜର
ବାଲେଶ୍ୱର              ୧ ଲକ୍ଷ ୨ ହଜାର
ବଲାଙ୍ଗୀର               ୧ ଲକ୍ଷ ୧ ହଜାର
କୋରାପୁଟ               ୧ ଲକ୍ଷ

ଓଡିଶା ବାହାରେ ରହୁଥିବା ୩ଲକ୍ଷ ୬ ହଜାର ହିତାଧିକାରୀ ଇ-କେଓ୍ୱାଇସି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ହେଲେ ଓଡ଼ିଶାରେ ରହୁଥିବା ଲକ୍ଷ ଲକ୍ଷ ହିତାଧିକାରୀ ଏବେ ବି ଇ-କେଓ୍ୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ଇ-କେଓ୍ୱାଇସି ନକରିବା ପଛରେ ଅନେକ କାରଣ ରହିଛି ।  ଅନେକ ଅଯୋଗ୍ୟ ହିତାଧିକାରୀ ଧରାପଡିବା ଭୟରେ ଇ-କେଓ୍ୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟଓ୍ୱାର୍କ ସମସ୍ୟା ଯୋଗୁଁ ବହୁ  ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ବୟସ୍କ ଓ ଶଯ୍ୟାଶାୟୀଙ୍କ ଇ-କେୱାଇସି ଅପଡେଟରେ ସମସ୍ୟା ରହିଛି । ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିପାରିନାହାନ୍ତି । ଗରିବଙ୍କ ଚାଉଳରେ ବହୁ ବଡ ବଡିଆ ଭାଗ ବସାଉଥିବା ଅଭିଯୋଗ ହୋଇ ଆସୁଥିଲା। ଆଉ ବିଜେପି ସରକାର ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଆରମ୍ଭ ହୋଇଥିଲା ଧରପଗଡ ।