କନକ ବ୍ୟୁରୋ : ଆଇଟମ୍ ଡାନ୍ସ ହେଲେ ବାଜିବ ଠେଙ୍ଗା ପାହାର । ୧୦୦ ଠେଙ୍ଗା କିଣା ହୋଇ ଥୁଆ ହୋଇଛି । ଖଣ୍ଡଗିରି ଯାତ୍ରାରେ ଯିଏ ଅଶ୍ଲିଳ ନାଚ ନାଚିବ ତା ଉପରେ ମାଡ ବସିବ । ପୂରା ସିରିୟସ୍ ମାଡ ହେବ ।  ଏପରି ଚେତାବନୀ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । 

Advertisment

ଯାତ୍ରାରେ ଦିନକୁ ଦିନ ଅଶ୍ଲିଳତା ବଢି ବଢି ଚାଲିଛି । ଆଇଟମ୍ ଡାନ୍ସ ନାଁରେ ଅଶ୍ଲିଳ ନାଚ ହେଉଛି । ଯାହାର ପ୍ରଭାବ ଯୁବପୀଢିଙ୍କ ଉପରେ ପଡୁଛି । ଦିନ ଥିଲା ଯାତ୍ରା ଏକ ମନୋରଞ୍ଜନର ମାଧ୍ୟମ ଥିଲା । ଲୋକେ ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିଲେ କିନ୍ତୁ ଏବେ ପରିବାର ସହ ଯାତ୍ରା ଦେଖିବାକୁ ଗଲେ ଲାଜ ଲାଗୁଛି । ଏକଥା ଆମେ କହୁନୁ, ଏକଥା ସାଧାରଣ ଜନାତା କହୁଛନ୍ତି । 

ଏଭଳି ଅଭିଯୋଗ ସେତେବେଳେ ଆସିଛି, ଯେତେବେଳେ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟମ୍ ଗର୍ଲ ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି । ସଂଗୀତ ସହ ନୃତ୍ୟର କୌଣସି ତାଳ ମେଳ ତ ରହୁନି ତଥାବି ଏହି ନୃତ୍ୟ ଦେଖିବା ପାଇଁ ଯାତ୍ରାରେ ଭିଡ ଜମୁଛି । କେବଳ ଏତିକି ନୁହେଁ ଯାତ୍ରାରେ ଏହି ନୃତ୍ୟ ଦେଖି ଲୋକେ ଟଙ୍କା ମଧ୍ୟ ଉଡାଉଛନ୍ତି । ତେବେ କେବଳ ନିଶା ମହାରଣା ଓ ସାହୁ ଭାଉଜଙ୍କ ଭଳି ଆଇଟ୍ ଗର୍ଲଙ୍କ ଦୋଷ ଦେଲେ ହେବନି ଲୋକେ ମଧ୍ୟ ସଚେତନ ହେବା ଆବଶ୍ୟକ ରହିଛି । ଲୋକେ ଏପରି ନୃତ୍ୟକୁ ପ୍ରୋତ୍ସାହ ଦେଉଥିବାରୁ ଯାତ୍ରାରେ ଅଶ୍ଲିଳ ନୃତ୍ୟ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।