କନକ ବ୍ୟୁରୋ : ବିଜେଡ଼ି ଆଜି ବି ଏକ ନମ୍ବର । ଆଜି ବି ଯଦି ନିର୍ବାଚନ ହୁଏ ତାହାଲେ ବିଜେଡ଼ି ୧୪୦ ସିଟ୍ ଜିତିବ । ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି । ଆମ ଦଳର ନେତା ନୁହଁ , ସେ ମିଡିଆ ସାମ୍ନାରେ ବିଷୋଦଗାର କରୁଛନ୍ତି । ବିଜେପିର ଅବସ୍ଥା କଣ ହଉଛି ତାଙ୍କ ଅବସ୍ଥା ସମ୍ଭାଳନ୍ତୁ ।
ସେପଟେ ପ୍ରମିଳାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଗୋଟିଏ ସିଟିରେ ଭାଙ୍ଗିଯିବ ବିଜେଡ଼ି । ଅମିତ ସାହାଙ୍କ ଗୋଟିଏ ସିଟିରେ ବିଜେଡ଼ି ଭାଙ୍ଗିଯିବ । ୧୪୦ କଣ ଆଗ ୪୦ ଆସନ ଜିତିକି ଦେଖାନ୍ତୁ । ଆମ ଦଳ ଭାଙ୍ଗୁନି, ବିଜେଡ଼ି ଭାଙ୍ଗୁଛି । ୨ ସାଂସଦଙ୍କ ସହ ନେତା ବିଜେଡ଼ି ଛାଡୁଛନ୍ତି ।