ଚୀନ୍-ଆମେରିକା ଯୁଦ୍ଧ ହେଲେ କିଏ ଜିତିବ? କାହା ପାଖରେ କେତେ ପାୱାର ?

ଋଷ-ୟୁକ୍ରେନ ଭଳି ଚୀନ୍-ଆମେରିକା ଭିରତେ ଯୁଦ୍ଧ ହେବ କି ? ଏହି ପ୍ରଶ୍ନ ସେତେବେଳେ ଉଠୁଛି, ଯେତେବେଳେ ଚୀନ୍ ଆମେରିକାକୁ ଯୁଦ୍ଧର ଧମକ ଦେଇଛି । ଚୀନ୍ ଉପରେ ଆମେରିକା ଟାରିଫ୍ ବା ଶୁଳ୍କ ବଢାଇବା ପରେ ଏଭଳି ଯୁଦ୍ଧ ସ୍ଥିତି ଉପୁଜିଛି ।

China america 1

Photograph: (KanakNews )

କନକ ବ୍ୟୁରୋ : ଋଷ-ୟୁକ୍ରେନ ଭଳି ଚୀନ୍-ଆମେରିକା ଭିତରେ ଯୁଦ୍ଧ ହେବ କି ? ଏହି ପ୍ରଶ୍ନ ସେତେବେଳେ ଉଠୁଛି, ଯେତେବେଳେ ଚୀନ୍ ଆମେରିକାକୁ ଯୁଦ୍ଧର ଧମକ ଦେଇଛି । ଚୀନ୍ ଉପରେ ଆମେରିକା ଟାରିଫ୍ ବା ଶୁଳ୍କ ବଢାଇବା ପରେ ଏଭଳି ଯୁଦ୍ଧ ସ୍ଥିତି ଉପୁଜିଛି । ଚୀନ୍ ଆମେରିକାକୁ ଟାର୍ଗେଟ କରି କହିଛି, ଯଦି ଆମେରିକା ଯୁଦ୍ଧ ଚାହୁଁଛି, ତାହେଲେ ତାହା ଶୁଳ୍କ ଯୁଦ୍ଧ ହେଉ, ବାଣିଜ୍ୟ ଯୁଦ୍ଧ ହେଉ କିମ୍ବା ଅନ୍ୟ କୌଣସି ପ୍ରକାରର ଯୁଦ୍ଧ ହେଉ, ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ  ରହିଛୁ । 

ଚୀନର ଧମକ ପରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇଉଠିଛି । ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଚୀନ୍ ସହିତ ଶୁଳ୍କ ଧମକ ଏବଂ ବାଣିଜ୍ୟ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ କିଛି ଦିନ ଧରି ଚାଲିଆସିଥିବା ବାଣିଜ୍ୟିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।

ହେଗସେଥ୍ ସ୍ପଷ୍ଟ ଭାବରେ କହିଛନ୍ତି, ଯେଉଁମାନେ ଶାନ୍ତି ଚାହାଁନ୍ତି ସେମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଆମେରିକା ଶାନ୍ତି ଏବଂ ସହଯୋଗ ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛି, କିନ୍ତୁ ଆବଶ୍ୟକ ହେଲେ, ଆମେରିକା ତା'ର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ପଛଘୁଞ୍ଚା  ଦେବନି । ଟାରିଫ୍ ଯୁଦ୍ଧ ଭିତରେ ଆସନ୍ତୁ ନଜର ପକାଇବା ଉଭୟ ଦେଶଙ୍କ ଶକ୍ତି କେତେ?

ଦୁଇ ଦେଶଙ୍କ ପ୍ରତିରକ୍ଷା ବଜେଟ୍ 
ରିପୋର୍ଟ ଆଧାରରେ, ବିଶ୍ୱର ସବୁ ଦେଶ ତୁଳନାରେ ଆମେରିକାର ପ୍ରତିରକ୍ଷା ବଜେଟ୍ ସବୁଠୁ ଅଧିକ । ୨୦୨୪ରେ ଆମେରିକାର ପ୍ରତିରକ୍ଷା ବଜେଟ୍ ୭୩୨ ବିଲିୟନ୍ ଡଲାର୍ ଥିଲା । ଯଦି ଚୀନରେ ୨୦୨୪ ବଜେଟ୍ କଥା କହିବା ତେବେ, ୨୦୨୪ରେ ଚୀନର ବଜେଟ୍ ଥିଲା ୨୬୧ ବିଲିୟନ୍ ଡଲାର୍ । 

ଦୁଇ ଦେଶଙ୍କ ପାଖରେ କେତେ ପରମାଣୁ ଅସ୍ତ୍ର ? 
ରୟଟର୍ସର ରିପୋର୍ଟ ଆଧାରରେ, ଚୀନ୍ ତାର ପରମାଣୁ ଶକ୍ତିକୁ ଲଗାତାର୍ ବଢାଇ ଚାଲିଛି । ୨୦୨୪ର ରିପୋର୍ଟ ଆଧାରରେ ଚୀନ୍ ପାଖରେ ୫ଶହରୁ ଅଧିକ ପରମାଣୁ ଶକ୍ତି ରହିଛି । ଏବଂ ୨୦୩୦ ସୁଦ୍ଧା ପରମାଣୁ ଶକ୍ତି ୧୦୦୦ ପାର କରିବ ବୋଲି ଅନୁମାନ କରାଯାଉଛି । ସେହିପରି ଯଦି ଆମେରିକା କଥା କହିବା ତେବେ ଆମେରିକା ପାଖରେ ପାଖାପାଖି ୩,୭୫୦ ପରମାଣୁ ଯୁଦ୍ଧାସ୍ତ୍ର ରହିଛି । 

ପ୍ରତିରକ୍ଷା ଶକ୍ତି 
ଚୀନ୍ ପାଖରେ ୨୦ଲକ୍ଷ ସକ୍ରିୟ ସୈନ୍ୟ ରହିଛନ୍ତି 
ଆମେରିକା ପାଖରେ ୧୩ଲକ୍ଷ ସକ୍ରିୟ ସୈନ୍ୟ ରହିଛନ୍ତି 
ଚୀନ ପାଖରେ ୫ଲକ୍ଷ ରିଜର୍ଭ ସୈନ୍ୟ ଅଛନ୍ତି
ଆମେରିକା ପାଖରେ ୮ଲକ୍ଷ ରିଜର୍ଭ ସୈନ୍ୟ ଅଛନ୍ତି 
ଚୀନ୍ ପାଖରେ ୬୦୦ ପରମାଣୁ ଅସ୍ତ୍ର ରହିଛି 
ଆମେରିକା ପାଖରେ ୩,୭୫୦ ପରମାଣୁ ଅସ୍ତ୍ର ରହିଛି 
ଚୀନ୍ ପାଖରେ ୪,୯୫୦ ଟ୍ୟାଙ୍କ୍ ରହିଛି 
ଆମେରିକା ପାଖରେ ୫,୫୦୦ ଟ୍ୟାଙ୍କ ରହିଛି 
ଚୀନ୍ ପାଖରେ ୩,୫୦୦ ଲଢୁଆ ବିମାନ ରହିଛି 
ଆମେରିକା ପାଖରେ ୧୩୦୦୦ରୁ ଅଧିକ ଲଢୁଆ ବିମାନ ରହିଛି 
ଚୀନ୍ ବିଶ୍ୱର ସବୁଠୁ ବଡ ନୌସେନା 
ଚୀନ୍ ପାଖରେ ୩୭୦ରୁ ଅଧିକ ଯୁଦ୍ଧପୋତ ରହିଛି
ଆମେରିକା ପାଖରେ ୩୦୦ରୁ ଅଧିକ ଯୁଦ୍ଧପୋତ ରହିଛି 
ଚୀନ୍ ପାଖରେ ଜେ-୨୦ ଷ୍ଟିଲ୍ଥ ଫାଇଟର୍ ଜେଟ୍ ରହିଛି 
ଆମେରିକା ପାଖରେ ଏମ୍-୨୨, ଏଫ୍-୩୫ ଷ୍ଟିଲ୍ଥ ଫାଇଟର୍ ଜେଟ୍ ରହିଛି 

ଯଦି ଆମେ ଆଉ ଏକ ରିପୋର୍ଟ ଉପରେ ନଜର ପକାଇବା, ଚୀନ୍ ନିଜ ସେନାର ଆଧୁନୀକରଣ ଉପରେ ଗୁରୁତ୍ୱ ଦେଉଛି । ଆମେରିକାଠୁ ୬ଗୁଣା ଅଧିକ ଗତିରେ ନୂତନ ଉପକରଣ ହାସଲ କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଚୀନ୍ ତାର ସୈନ୍ୟ କ୍ଷମତାକୁ ଅଧିକରୁ ଅଧିକ ବୃଦ୍ଧି କରିବା ଦିଗରେ କାମ କରୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe