ହଷ୍ଟେଲରୁ ତଡ଼ା ଖାଇଲେ ଅଣଛାତ୍ର, ତାଲା ଭାଙ୍ଗିଲେ, ଜିନିଷ ଫୋପାଡ଼ିଲେ

Advertisment

ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅଣଛାତ୍ର ତଡ଼ା ଅଭିଯାନ । ଛାତ୍ରବାସର ରୁମ୍‌କୁ ବର୍ଷ ବର୍ଷ ଧରି କବଜା କରିଥିବା ଅଣଛାତ୍ରଙ୍କ ରୁମର ତାଲିକା ଧରି ପହଞ୍ଚିଥିଲା ପୁଲିସ । ଫାଙ୍କା ପଡ଼ିଥିବା ରୁମରେ ତାଲା ମାରିଥିଲା ଏବଂ ବନ୍ଦ ଥିବା ରୁମର ତାଲା ଭାଙ୍ଗିଥିଲା ।

ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅଣଛାତ୍ର ତଡ଼ା ଅଭିଯାନ । ଛାତ୍ରବାସର ରୁମ୍‌କୁ ବର୍ଷ ବର୍ଷ ଧରି କବଜା କରିଥିବା ଅଣଛାତ୍ରଙ୍କ ରୁମର ତାଲିକା ଧରି ପହଞ୍ଚିଥିଲା ପୁଲିସ । ଫାଙ୍କା ପଡ଼ିଥିବା ରୁମରେ ତାଲା ମାରିଥିଲା ଏବଂ ବନ୍ଦ ଥିବା ରୁମର ତାଲା ଭାଙ୍ଗିଥିଲା ।

31

କନକ ବ୍ୟୁରୋ : ୧୦ ପ୍ଲାଟୁନ ପୁଲିସ ସହ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ପହଞ୍ଚିଥିଲେ ୫ ଏସିପି, ୪ ଆଇଆଇସି, ୧୩ ଏସଆଇ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୂରା ପ୍ରସ୍ତୁତ ହୋଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲା ପୁଲିସ । ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅଣଛାତ୍ର ତଡ଼ା ଅଭିଯାନ । ଛାତ୍ରବାସର ରୁମ୍‌କୁ ବର୍ଷ ବର୍ଷ ଧରି କବଜା କରିଥିବା ଅଣଛାତ୍ରଙ୍କ ରୁମର ତାଲିକା ଧରି ପହଞ୍ଚିଥିଲା ପୁଲିସ । ଫାଙ୍କା ପଡ଼ିଥିବା ରୁମରେ ତାଲା ମାରିଥିଲା ଏବଂ ବନ୍ଦ ଥିବା ରୁମର ତାଲା ଭାଙ୍ଗିଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦେଖିଲା ବେଳକୁ ସବୁ ରୁମରେ  ପଙ୍ଖା ଘୂରୁଥିଲା, ଲାଇଟ୍‌ ଜଳୁଥିଲା । ଭିତରେ ବେଆଇନ ଭାବେ ଲାଗି ରହିଥିଲା ହିଟର । ଲାଗୁଥିଲା, ପୁଲିସ ଆସିବାର ଆଗୁଆ ସୂଚନା ପାଇ ଛୁ ମାରିଥିଲେ ଅଣଛାତ୍ର । ରୁମ ଭିତରୁ ଅଣଛାତ୍ରଙ୍କ ଜିନିଷ ବାହାରକୁ ଆଣି ଫୋପାଡ଼ିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ପୁଲିସ ଉପସ୍ଥିତିରେ ଛାତ୍ରାବାସକୁ ଅଣଛାତ୍ର ମୁକ୍ତ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ । କେବଳ ହଷ୍ଟେଲ ନୁହେଁ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ଅଣଛାତ୍ରମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କର୍ତ୍ତୃପକ୍ଷ । ଏଥିପାଇଁ,
ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଜଗିବ ପୁଲିସ
ଆଇକାର୍ଡ ଦେଖାଇଲେ କ୍ୟାମ୍ପସରେ ପ୍ରବେଶ ଅନୁମତି 
ଅଣଛାତ୍ର କବଜା କରିଥିବା ରୁମ୍‌କୁ କରାଯାଇଛି ସିଲ୍

ବେ ପ୍ରଶ୍ନ ଉଠୁଛି, ହଷ୍ଟେଲରୁ ଅଣଛାତ୍ର ତଡି ଦେଇ ବାହାବା ନେଉଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କେବେ କ୍ୟାମ୍ପସ ପରିସରକୁ ବସ୍ତି ମୁକ୍ତ କରିବେ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe