କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ ବୟାନ । ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ସାମିଲ ହେବା ସହିତ ଅଯୋଗ୍ୟମାନେ ବାଦ୍ ପଡିବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଏଥିସହ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନଥିବ ସେମାନେ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ  ଯୋଗ୍ୟ ବିବେଚିତ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ...

Advertisment
  • ହିତାଧିକାରୀଙ୍କ  ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ
  • ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ
  • ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ, ଆଧାର ସଂଯୋଗ କରାଯିବ
  • ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ
  • ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ
  • ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ସେହିଭଳି ଗାଁକୁ କ୍ଲଷ୍ଟର କରାଯାଇ ଘର ଦିଆଯିବ...
  • ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ, ଆନୁଷଙ୍ଗିକ ବ୍ୟବସ୍ଥା ଦିଆଯିବ

ତେବେ ପୂର୍ବରୁ ତାଲିକା ପ୍ରସ୍ତୁତ ସମୟରେ ପାତର ଅନ୍ତର ଯୋଗୁଁ ଅନେକ ହିତାଧିକାରୀ ବାଦ ପଡ଼ିଥିଲେ । ହେଲେ ବିଗତ ଦିନରେ ଯେଉଁ ଯୋଗ୍ୟ ହିତାଧିକାରୀମାନେ ଏହି ଯୋନଜାର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ଏଥିପାଇଁ ବିଭାଗର କର୍ମକର୍ତ୍ତା ତାଲିମ ନେବେ ବୋଲି କହିଛନ୍ତି ରବି ନାଏକ ।