ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ ; ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା

ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣା  ଅଲ୍ ଇଣ୍ଡିଆ ଗାଇଡ୍ ଲାଇନ୍ ଅନୁଯାୟୀ ୩୩ ପ୍ରତିଶତରୁ ଅଧିକ କ୍ଷତି ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ । 

revenue minister

revenue minister Photograph: (KanakNews)

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ ; ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ  ବଡ଼ ବୟାନ । ସୁରେଶ ପୂଜାରୀ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଲ୍ ଇଣ୍ଡିଆ ଗାଇଡ୍ ଲାଇନ୍ ଅନୁଯାୟୀ ୩୩ ପ୍ରତିଶତରୁ ଅଧିକ କ୍ଷତି ହେଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ପୂର୍ବରୁ ଅଦିନିଆ ବର୍ଷା କ୍ଷୟକ୍ଷତିରେ ଚାଷୀଙ୍କୁ ସହାୟତା ମିଳୁନଥିଲା । ଏବେ ଅଦିନିଆ ବର୍ଷା ଜନିତ କ୍ଷତିପୂରଣ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଯୋଡି ହେଲା ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥିରେ ମୋହର ମାରିଛନ୍ତି । 


ଅଦିନିଆ ବର୍ଷା ରାଜ୍ୟ ବିପର୍ଯ୍ୟୟ ଘୋଷିତ
ମୋଟ୍ ୯ଟି ରାଜ୍ୟ ବିପର୍ଯ୍ୟୟ ଘୋଷିତ
ପୂର୍ବରୁ ୮ଟି ରାଜ୍ୟ ବିପର୍ଯ୍ୟୟ ଘୋଷଣା ହୋଇଥିଲା
ଅଦିନିଆ ବର୍ଷାକୁ ମିଶାଇ ୯ଟି ରାଜ୍ୟ ବିପର୍ଯ୍ୟୟ ଘୋଷଣା ହେଲା
ଅଦିନିଆ ବର୍ଷା କ୍ଷୟକ୍ଷତି ପାଇଁ ମିଳିବ କ୍ଷତିପୂରଣ
ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୦ ପ୍ରତିଶତ ଖର୍ଚ୍ଚ ହୋଇପାରିବ
ବଜ୍ରପାତରେ ମୃତ୍ୟୁ ହେଲେ ସହାୟତା
ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିଝଡ଼, ପ୍ରବଳ ବର୍ଷା, ବନ୍ୟା ନଥିବା ସମୟରେ ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମୃତ୍ୟୁ, ସର୍ପାଘାତରେ ମୃତ୍ୟୁ ହେଲେ ମିଳିବ ସହାୟତା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe