ରଙ୍ଗ ବଦଳିଲେ, ବଦଳି ଯିବ କି ବ୍ୟବସ୍ଥା ; ଜିଲ୍ଲା ଚିକିତ୍ସାଳୟରେ ଚାଲିଛି ରଙ୍ଗ ପରିବର୍ତ୍ତନ କାମ

Advertisment

ବଦଳିଗଲେ ସରକାର, ବଦଳୁଛି ନାମ ଫଳକ, ବଦଳୁଛି ମେଡ଼ିକାଲ କୋଠାର ରଙ୍ଗ । ସବୁଜରୁ ହେଉଛି ଗେରୁଆ । ଜୟପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବଡ଼ବଡ଼ କୋଠାର ରଙ୍ଗକୁ ପରିବର୍ତନ କରାଯାଉଛି । ସବୁଜ ରଙ୍ଗକୁ ଛଡ଼ାଇ ଗେରୁଆ କରାଯାଉଛି ।

ବଦଳିଗଲେ ସରକାର, ବଦଳୁଛି ନାମ ଫଳକ, ବଦଳୁଛି ମେଡ଼ିକାଲ କୋଠାର ରଙ୍ଗ । ସବୁଜରୁ ହେଉଛି ଗେରୁଆ । ଜୟପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବଡ଼ବଡ଼ କୋଠାର ରଙ୍ଗକୁ ପରିବର୍ତନ କରାଯାଉଛି । ସବୁଜ ରଙ୍ଗକୁ ଛଡ଼ାଇ ଗେରୁଆ କରାଯାଉଛି ।

50medical

କନକ ବ୍ୟୁରୋ : ବଦଳିଗଲେ ସରକାର, ବଦଳୁଛି ନାମ ଫଳକ, ବଦଳୁଛି ମେଡ଼ିକାଲ କୋଠାର ରଙ୍ଗ । ସବୁଜରୁ ହେଉଛି ଗେରୁଆ । ଜୟପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ବଡ଼ବଡ଼ କୋଠାର ରଙ୍ଗକୁ ପରିବର୍ତନ କରାଯାଉଛି । ସବୁଜ ରଙ୍ଗକୁ ଛଡ଼ାଇ ଗେରୁଆ କରାଯାଉଛି । କେବଳ ରଙ୍ଗ ବଦଳାଯାଉନି, ମେଡ଼ିକାଲ ଭିତରେ ଲାଗିଥିବା ଫଳକକୁ ମଧ୍ୟ ଗେରୁଆ ରଙ୍ଗ କରାଯାଇଛି । ସେଥିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ବି ଲାଗିଛି । ହେଲେ ଏହି ପରିବର୍ତନ ଭିତର ଚିତ୍ରକୁ ବଦଳାଇ ବ କି ବୋଲି ବଡ଼ ପ୍ରଶ୍ନ ଉଠିଛି।

୨୦୧୯ରେ ଜୟପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଉଦଘାଟନ ହୋଇଥିଲା । ଜୟପୁର  ସମେତ ଆଖପାଖ ଅଂଚଳର ଶହଶହ ରୋଗୀ ଏହି ମେଡ଼ିକାଲ ଉପରେ ନିର୍ଭର କରନ୍ତି । ଛତିଶଗଡ଼ ଓ ମାଲକାନଗିରିରୁ ମଧ୍ୟ ରୋଗୀ ଆସିଥାନ୍ତି । ହେଲେ ଯେତେ ପରିମାଣର ରୋଗୀ ଆସୁଛନ୍ତି ସେହି ଅନୁସାରେ, ସେବା ମିଳୁନାହିଁ । ଆବଶ୍ୟକତା ଅନୁଶାରେ ଡ଼ାକ୍ତର ନାହାନ୍ତି । ଅଧିକାଂଶ ସମୟରେ ରେଫରାଲ କରି କରି ସମୟ ବିତୁଛି । ସେପଟେ ତିଆରି ହୋଇଥିବା ନୂଆ କୋଠା ରଙ୍ଗ ବଦଳାଯାଉଛି । ସ୍ଥାନୀୟ ଲୋକଙ୍କ ମତ ରଙ୍ଗ ବଦଳାଇବା ଠାରୁ ରୋଗୀଙ୍କୁ ସେବା ଯୋଗାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ । ବାହାରେ ଯେପରି ପରିବର୍ତ୍ତନ ହେଉଛି ଭିତରେ ବି ସେପରି ପରିବର୍ତ୍ତନ ଆବଶ୍ୟକ । ଲୋକଙ୍କ ଆଶଙ୍କା ଦୂର କରିବା ପାଇଁ ଅଧିକାରୀ ଅନିଛା ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe