କନକ ବ୍ୟୁରୋ: ବିଦେଶରେ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, ପିଓକେ ଫେରିଲେ କାଶ୍ମୀର ସମସ୍ୟାର ହେବ ସ୍ଥାୟୀ ସମାଧାନ । ଲଣ୍ଡନର ସ୍ୱାଧୀନ ନୀତି ପ୍ରତିଷ୍ଠାନ ଚାଥାମ ହାଉସରେ ଏକ କାର୍ୟ୍ୟକ୍ରମରେ ସାମିଲ ସମୟରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଏସ. ଜୟଶଙ୍କର କହିଛନ୍ତି ଯେ ଯଦି ପଡ଼ୋଶୀ ଦେଶ ପାକିସ୍ତାନ ପାକ୍ ଅଧିକୃତ କାଶ୍ମୀର ଖାଲି କରେ, ତେବେ କାଶ୍ମୀର ସମସ୍ୟା ସମ୍ପୂର୍ଣ୍ଣ ସମାଧାନ ହୋଇଯିବ । କେନ୍ଦ୍ର ସରକାର କାଶ୍ମୀରରେ ଅଧିକାଂଶ ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୁପ ୩୭୦ଧାରା ଉଛେଦ୍ଦ କରିବା ସହ କାଶ୍ମୀରର ବିକାଶ ପାଇଁ ବାଟ ଫିଟାଇଥିଲେ କେନ୍ଦ୍ର ସରକାର । ତାପରେ, କାଶ୍ମୀରରେ ବିକାଶ, ଆର୍ଥିକ କାର୍ୟ୍ୟକଳାପ ଏବଂ ସାମାଜିକ ନ୍ୟାୟ ପୁନଃସ୍ଥାପନ କରିବା ଦ୍ୱିତୀୟ ପଦକ୍ଷେପ ଥିଲା । ତୃତୀୟ ପଦକ୍ଷେପ ସ୍ବରୁପ କାଶ୍ମୀରରେ ନିର୍ବାଚନ କରାଯାଇଥିଲା, ଯେଉଁଥିରେ ଯେଉଁଥିରେ ଭୋଟରଙ୍କ ହାର ବହୁତ ଅଧିକ ରହିଥିଲା । ଏବେ କାଶ୍ମୀରର ସେହି ଅଂଶର ଫେରିବା ଦରକାର, ଯାହା ଅବୈଧ ଭାବେ ପାକିସ୍ତାନର ଦଖଲରେ ଅଛି, ଏହା ଫେରିଲେ ଯାଇ କାଶ୍ମୀର ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ବୋଲି ଜୟଶଙ୍କର କହିଛନ୍ତି । ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କକୁ କାଶ୍ମୀର ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିପାରିବେ କି? ବୋଲି ପ୍ରଶ୍ନରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

Advertisment

'ଭାରତରେ ଯୋଡ଼ିହେବ ପିଓକେ'

  • ବିଦେଶରେ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ
  • ପିଓକେ ଫେରିଲେ କାଶ୍ମୀର ସମସ୍ୟାର ହେବ ସ୍ଥାୟୀ ସମାଧାନ
  • 'ପାକ୍ ଅଧିକୃତ କାଶ୍ମୀର ଖାଲି କରୁ ପାକିସ୍ତାନ'
  • କାଶ୍ମୀରରେ ଅଧିକାଂଶ ସମସ୍ୟାର ହୋଇସାରିଛି ସମାଧାନ
  • 'ଧାରା ୩୭୦ ଉଠିବା ପରେ ବିକାଶ ଶିଖର ଛୁଇଁଛି'
  • ବିକାଶ, ଆର୍ଥିକ କାର୍ୟ୍ୟକଳାପ ଏବଂ ସାମାଜିକ ନ୍ୟାୟର ହୋଇଛି ପୁନଃସ୍ଥାପନା
  • କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଛି, ଭୋଟହାର ବୃଦ୍ଧି ହୋଇଛି
  • 'ଯାହା ଅବୈଧ ଭାବେ ପାକିସ୍ତାନର ଦଖଲରେ ଅଛି, ତାହା ଫେରିବା ଦରକାର'