ଯଦି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ନାହିଁ ପାକିସ୍ତାନର ହାତ ...... ପୂର୍ବ ପାକ୍ କ୍ରିକେଟର ଉଠାଇଲେ ବଡ଼ ପ୍ରଶ୍ନ

ହେଲେ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ଗ୍ରହଣ କରିନାହିଁ । ଏହାରି ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି । 

dfgsfrefrefre

କନକ ବ୍ୟୁରୋ ; ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ କରିଛନ୍ତି । ଏଥିରେ ୨୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସିଥିଲେ ବୋଲି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ହେଲେ ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ଦାବି କରୁଥିବା ବେଳେ ପାକିସ୍ତାନ ଏହାକୁ ଗ୍ରହଣ କରିନାହିଁ । ଏହାରି ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ବଡ଼ ପ୍ରଶ୍ନ ଉଠାଇଛନ୍ତି । 

ଦାନିଶ କାନେରିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଯଦି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର କୌଣସି ଭୂମିକା ନାହିଁ ତେବେ ପ୍ରଧାନମନ୍ତ୍ରର ଶହବାଜ ଶରିଫ୍ ଏପର୍ଯ୍ୟନ୍ତ କାହିଁକି ଏହି ଆକ୍ରମଣକୁ ନିନ୍ଦା କରିନାହାଁନ୍ତି । ଏହାସହ ଆକ୍ରମଣ ପରେ ପାକିସ୍ତାନ ସେନା କାହିଁକି ସଜାଗ ହୋଇଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ସେନା ଓ ସରକାର ଆକ୍ରମଣ ପଛର ସତ ଜାଣିଛନ୍ତି । ମୋ ଦେଶ ଯେଭଳି ଭାବେ ଆତଙ୍କବାଦୀଙ୍କୁ ପୋତ୍ସାହନ ଦେଉଛି ତାହା ଦେଶପାଇଁ ଲଜ୍ଜାକର ଘଟଣା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe