ଭସାପୋଲକୁ ଭରସା ନାହିଁ! ଦିନେ ଚାଲିଲେ ଦୁଇ ଦିନ ବନ୍ଦ, ଜଳପଥରେ ଜୀବନ ସହ ଖେଳ

Advertisment

ଚିଲିକା ଆଉ ଆଗ ଭଳି ଭାସୁନି ଭସାପୋଲ। ଯାତ୍ରୀଙ୍କୁ ନେଇ ଦିନେ ଗଲେ, ଆଉ ଦିନ ବନ୍ଦ ରହୁଛି। ରକ୍ଷାଣାବେକ୍ଷଣ ଅଭାବରୁ ପୁରୁଣା ଅଚଳ ହୋଇପଡ଼ିଛି । ସେପଟେ ନୂଆ ଭସାପୋଲ ଚିକିଲା କୂଳରେ ବନ୍ଧା ହୋଇ ରହିଛି ।

ଚିଲିକା ଆଉ ଆଗ ଭଳି ଭାସୁନି ଭସାପୋଲ। ଯାତ୍ରୀଙ୍କୁ ନେଇ ଦିନେ ଗଲେ, ଆଉ ଦିନ ବନ୍ଦ ରହୁଛି। ରକ୍ଷାଣାବେକ୍ଷଣ ଅଭାବରୁ ପୁରୁଣା ଅଚଳ ହୋଇପଡ଼ିଛି । ସେପଟେ ନୂଆ ଭସାପୋଲ ଚିକିଲା କୂଳରେ ବନ୍ଧା ହୋଇ ରହିଛି ।

15େୱୀହରପୱଗ

Photograph: (kanaknews)

କନକ ବ୍ୟୁରୋ: ଚିଲିକା ଆଉ ଆଗ ଭଳି ଭାସୁନି ଭସାପୋଲ। ଯାତ୍ରୀଙ୍କୁ ନେଇ ଦିନେ ଗଲେ, ଆଉ ଦିନ ବନ୍ଦ ରହୁଛି। ରକ୍ଷାଣାବେକ୍ଷଣ ଅଭାବରୁ ପୁରୁଣା ଅଚଳ ହୋଇପଡ଼ିଛି । ସେପଟେ ନୂଆ ଭସାପୋଲ ଚିକିଲା କୂଳରେ ବନ୍ଧା ହୋଇ ରହିଛି । ଭସାପୋଲକୁ ଭରସା ନକରି ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ପୁରୀ କୃଷ୍ଣପ୍ରସାଦର ଶହଶହ ଯାତ୍ରୀ ।

ଚାରିପଟେ ପାଣି, ଚିଲିକା ମଝିରେ ଜୀବନ। ଗମନାଗମନ ପାଇଁ ଡଙ୍ଗା ଆଉ ଭସାପୋଲ ଭରସା। ଏବେ ଆଉ ପୁରୁଣା ଭସାପୋଲ ଭାସୁନାହିଁ। ନୂଆଟି ବନ୍ଧା ହୋଇରହିଛି। କୃଷ୍ଣପ୍ରସାଦ ବ୍ଲକ ୧୪ଟି ପଞ୍ଚାୟତର ୯୨ଟି ଗାଁକୁ ଘେରି ରହିଛି ଚିଲିକା। ପ୍ରତିଦିନ ଶହଶହ ଲୋକ ଡଙ୍ଗା ସାହାଯ୍ୟରେ ଜଳଯାତ୍ରା କରିଥାନ୍ତି। ଜହ୍ନିକୁଦାରୁ ସାତପଡ଼ାକୁ ଯାତ୍ରା ପାଇଁ ୨୦୨୧ରୁ ଭସାପୋଲ ବ୍ୟବହାର ହେଉଛି। ହେଲେ ସୁରକ୍ଷା ଦେଉଥିବା ଭସାପୋଲ ଏବେ ନିଜେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବ ଓ ଯାନ୍ତ୍ରୀକ ତ୍ରୁଟିରୁ ଦିନେ ଚାଲିଲେ ଆଉ ଦିନେ ବନ୍ଦ ରହୁଛି ।  

ବିପଦ ସଙ୍କୁଳ ଭସାପୋଲକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆଉ ୨ଟି ଭସାପୋଲର ବ୍ୟବସ୍ଥା କରିଥିଲେ ସରକାର। କିନ୍ତୁ ବିଡମ୍ବନା, ଆସିବା ଦିନରୁ ନୂଆ ଭସାପୋଲ ଦୁଇଟି କାର୍ଯ୍ୟକ୍ଷମ ହୋଇପାରିନାହିଁ। ଚିଲିକା କୂଳରେ ବନ୍ଧା ହୋଇରହିଛି। ଲାଗୁଛି ସତେ ଯେମିତି ଏଇଠି କୃଷ୍ଣପ୍ରସାଦ ଜନତାଙ୍କ ଭାଗ୍ୟ ବନ୍ଧା ପଡିଛି। ଭାଙ୍ଗ ଦଦରା ଭସାପୋଲରେ ଜୀବନକୁ ବାଜିରେ ଲଗାଇ ଯାତାୟାତ ପାଇଁ ବାଧ୍ୟ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe