ଭାରତ-ଇଂଲଣ୍ଡ ସେମିଫାଇନାଲରେ ଯଦି ବର୍ଷା ହୁଏ, ତେବେ କିଏ ଯିବ ଫାଇନାଲ୍? ଜାଣନ୍ତୁ ଆଇସିସିର ନିୟମ

Advertisment

ଆଇସିସି ନିୟମ ଅନୁଯାୟୀ, ସେମିଫାଇନାଲ୍ ପାଇଁ ଏକ 'ରିଜର୍ଭ ଡେ' ବା ସଂରକ୍ଷିତ ଦିବସ ରଖାଯାଇଛି। ଯଦି ନିର୍ଦ୍ଧାରିତ ଦିନ (ଗୁରୁବାର) ବର୍ଷା ହୁଏ, ତେବେ ଅମ୍ପାୟାରମାନେ ୯୦ ମିନିଟ୍ ଅତିରିକ୍ତ ସମୟ ବ୍ୟବହାର କରିବେ।

ଆଇସିସି ନିୟମ ଅନୁଯାୟୀ, ସେମିଫାଇନାଲ୍ ପାଇଁ ଏକ 'ରିଜର୍ଭ ଡେ' ବା ସଂରକ୍ଷିତ ଦିବସ ରଖାଯାଇଛି। ଯଦି ନିର୍ଦ୍ଧାରିତ ଦିନ (ଗୁରୁବାର) ବର୍ଷା ହୁଏ, ତେବେ ଅମ୍ପାୟାରମାନେ ୯୦ ମିନିଟ୍ ଅତିରିକ୍ତ ସମୟ ବ୍ୟବହାର କରିବେ।

semi

semi Photograph: (Kanak news)

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଶ୍ୱର ଚାରୋଟି ଶକ୍ତିଶାଳୀ ଦଳ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର (୪ ମାର୍ଚ୍ଚ) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର (୫ ମାର୍ଚ୍ଚ) ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ।

ୱେଷ୍ଟଇଣ୍ଡିଜକୁ ସୁପର-୮ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ହରାଇ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶେଷ ଚାରିରେ ପ୍ରବେଶ କରିଛି । ଅନ୍ୟପଟେ ଇଂଲଣ୍ଡ ନିଜ ଗ୍ରୁପରେ ସମସ୍ତ ତିନୋଟି ମ୍ୟାଚ୍ ଜିତି ଶୀର୍ଷ ସ୍ଥାନରେ ରହିଛି । ଭାରତ ନିଜ ଗ୍ରୁପରେ ଦକ୍ଷିଣ ଆଫ୍ରିକା ନିକଟରୁ ହାରିଥିବାରୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଯଦି ବର୍ଷା ଯୋଗୁଁ ମ୍ୟାଚ୍ ଧୋଇଯାଏ, ତେବେ କ’ଣ ହେବ, ସେ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି।

ରିଜର୍ଭ ଡେ’ ଏବଂ ଅତିରିକ୍ତ ସମୟର ନିୟମ:
ଆଇସିସି ନିୟମ ଅନୁଯାୟୀ, ସେମିଫାଇନାଲ୍ ପାଇଁ ଏକ 'ରିଜର୍ଭ ଡେ' ବା ସଂରକ୍ଷିତ ଦିବସ ରଖାଯାଇଛି। ଯଦି ନିର୍ଦ୍ଧାରିତ ଦିନ (ଗୁରୁବାର) ବର୍ଷା ହୁଏ, ତେବେ ଅମ୍ପାୟାରମାନେ ୯୦ ମିନିଟ୍ ଅତିରିକ୍ତ ସମୟ ବ୍ୟବହାର କରିବେ। ଯଦି ସେହି ଦିନ ଖେଳ ସମ୍ଭବ ନହୁଏ, ତେବେ ଶୁକ୍ରବାର ଅର୍ଥାତ୍ ରିଜର୍ଭ ଡେ’ରେ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ ୧୨୦ ମିନିଟ୍ ଅତିରିକ୍ତ ସମୟ ଧାର୍ଯ୍ୟ କରାଯାଇଛି। ଫଳାଫଳ ବାହାର କରିବା ପାଇଁ ଉଭୟ ଦଳକୁ ଅତିକମରେ ୧୦ ଓଭର ଲେଖାଏଁ ଖେଳିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ... ରୋହିତଙ୍କ ସେହି ୪ ପଦ କଥା, ସଞ୍ଜୁଙ୍କ ପାଇଁ ସାଜିଲା ସଞ୍ଜିବନୀ

ଯଦି ଉଭୟ ଦିନ ଖେଳ ନୁହୁଏ?
ଯଦି ବର୍ଷା ଏତେ ପ୍ରବଳ ହୁଏ ଯେ ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେ’ ଉଭୟରେ ମ୍ୟାଚ୍ ସମ୍ଭବ ହୁଏ ନାହିଁ, ତେବେ ସୁପର-୮ ପଏଣ୍ଟ ଟେବୁଲ୍ ଆଧାରରେ ନିଷ୍ପତ୍ତି ନିଆଯିବ । ଏହି ନିୟମ ଅନୁଯାୟୀ, ଯେଉଁ ଦଳ ନିଜ ଗ୍ରୁପରେ ଶୀର୍ଷରେ ଥିବ, ସେହି ଦଳ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବ । ଏହି କ୍ଷେତ୍ରରେ ଇଂଲଣ୍ଡ ନିଜ ଗ୍ରୁପରେ ଟପ୍‌ରେ ଥିବାରୁ ସେମାନେ ଫାଇନାଲ୍ ଟିକେଟ୍ ପାଇବେ ଏବଂ ଭାରତକୁ ବିଶ୍ୱକପରୁ ବିଦାୟ ନେବାକୁ ପଡ଼ିବ ।

ଭାରତ ବନାମ ଇଂଲଣ୍ଡ: ପୁରୁଣା ସଂଘର୍ଷ
ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍ ଲଢ଼େଇ କିଛି ନୂଆ ନୁହେଁ। ୨୦୨୨ରେ ଇଂଲଣ୍ଡ ଭାରତକୁ ସେମିଫାଇନାଲରେ ହରାଇ ଚାମ୍ପିଅନ୍ ହୋଇଥିଲା। କିନ୍ତୁ ୨୦୨୪ରେ ଭାରତ ସେହି ପରାଜୟର ପ୍ରତିଶୋଧ ନେଇ ଇଂଲଣ୍ଡକୁ ସେମିଫାଇନାଲରେ ପରାସ୍ତ କରିଥିଲା ଏବଂ ଶେଷରେ ଟ୍ରଫି ଜିତିଥିଲା। ଏବେ ୨୦୨୬ରେ କିଏ କାହା ଉପରେ ଭାରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

କୋଟି କୋଟି ଭାରତୀୟ ପ୍ରଶଂସକ ପ୍ରାର୍ଥନା କରୁଛନ୍ତି ଯେ ଯେମିତି ମ୍ୟାଚ୍ ବର୍ଷାରେ ନଧୋଇଯାଉ ଏବଂ ଖେଳ ପଡ଼ିଆରେ ନିଷ୍ପତ୍ତି ହେଉ। ସୂର୍ଯ୍ୟକୁମାରଙ୍କ ବାହିନୀ ପଡ଼ିଆରେ ଇଂଲଣ୍ଡକୁ ହରାଇ ପୁଣି ଥରେ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe