କନକ ବ୍ୟୁରୋ : ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନର କବଳରେ ପଡ଼ିଯାଇଛି । ଯେଉଁ ପାକିସ୍ତାନର ଅତ୍ୟାଚାରରୁ ଭାରତ ବାଂଲାଦେଶକୁ ମୁକ୍ତ କରିଥିଲା , ସେହି ପାକିସ୍ତାନ ଏବେ ୟୁନୁସଙ୍କ ସରକାରଙ୍କୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଉଛି । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍-ନୱାଜ(ପିଏମଏଲ-ଏନ)ର ନେତା କାମରାନ ସଇଦ ଉସମାନି ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ବାଂଲାଦେଶ ଉପରେ ଆକ୍ରମଣ କରେ, ତେବେ ପାକିସ୍ତାନ ପୂର୍ଣ୍ଣ ଶକ୍ତି ସହିତ ଢାକା ସହିତ ଛିଡା ହେବ। ସେ ମେ’୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ନିଜକୁ ଗୌରବାନ୍ବିତ ମନେ କରୁଥିବା କହିଛନ୍ତି ।
ଅଧିକ ପଢନ୍ତୁ... ଆମ ସରକାରଙ୍କ ନିଷ୍ପତ୍ତି, ଆମେ କିଛି କରିପାରିବୁ ନାହିଁ: ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ
ବାଂଲାଦେଶକୁ ସମର୍ଥନ ଘୋଷଣା
କାମରାନ ସଇଦ ଓସମାନି ପାକିସ୍ତାନର ପତାକା ସହିତ ବାଂଲାଦେଶ ପତାକା ଲଗାଯାଇଥିବା ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ଭାରତକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି। ସେ କହିଛନ୍ତି, ଆଜି ମୁଁ ଜଣେ ରାଜନେତା ଭାବରେ ନୁହେଁ, ବରଂ ବାଂଲାଦେଶର ମାଟି, ଇତିହାସ, ତ୍ୟାଗ ଓ ସାହସକୁ ସଲାମ କରୁଥିବା ଜଣେ ବ୍ୟକ୍ତି ଭାବରେ କହୁଛି। ଯେତେବେଳେ ମୁଁ ୨୦୨୧ରେ ଏହି ଅଭିଯାନ ଆରମ୍ଭ କରିଥିଲି, ସେତେବେଳେ କେହି ମୋ ସହିତ ନଥିଲେ। ଆଜି ମୋ ସହିତ ବାଂଲାଦେଶ ଓ ପାକିସ୍ତାନ ଏକାଠି ଠିଆ ହୋଇଛନ୍ତି। ମୁଁ କୌଣସି ରାଜନୈତିକ ବିବୃତି ଦେଉ ନାହିଁ। ଉସମାନ ହାଦି କହିଥିଲେ, ବାଂଲାଦେଶକୁ କୌଣସି ଦେଶର ଉପନିବେଶ ହେବାକୁ ଦିଆଯିବ ନାହିଁ। ବାଂଲାଦେଶରେ କାହାର ଗୁଣ୍ଡାଗିରିକୁ ସହ୍ୟ କରାଯିବ ନାହିଁ। ବାଂଲାଦେଶକୁ କାହାର ଦାସ ହେବାକୁ ଦିଆଯିବ ନାହିଁ। କିନ୍ତୁ ତାଙ୍କୁ ଶେଷରେ ହତ୍ୟା କରାଯାଇଥିଲା।
ଭାରତକୁ ବୃଥା ଧମକ
କାମରାନ ସଇଦ କହିଛନ୍ତି, ଉସମାନ ହାଦିଙ୍କୁ ହତ୍ୟା କରାଯାଇଥିଲେ ମଧ୍ୟ ତାଙ୍କର ବିଚାରଧାରାର ହତ୍ୟା ହୋଇନି । ଆଜି ବାଂଲାଦେଶର ଲୋକମାନେ ଭାରତର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁଁ ମୋର ବାଂଲାଦେଶୀ ଭାଇଭଉଣୀମାନଙ୍କୁ କହିବାକୁ ଚାହୁଁଛି, ଆମେ ଆପଣଙ୍କ ସହିତ ଠିଆ ହୋଇଛୁ । ଯଦି କୌଣସି ଦେଶ ବାଂଲାଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରେ କିମ୍ବା ବାଂଲାଦେଶର ସ୍ୱାୟତ୍ତତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଲୋକେ ଆପଣଙ୍କ ସହିତ ଠିଆ ହେବେ । ମୁଁ ଚେତାବନୀ ଦେଉଛି, ଯଦି କେହି ବାଂଲାଦେଶକୁ ଖରାପ ନଜରରେ ଦେଖିବାକୁ ସାହସ କରେ, ତେବେ ପାକିସ୍ତାନୀ ଲୋକେ, ପାକିସ୍ତାନୀ ସେନା ଓ ଆମର କ୍ଷେପଣାସ୍ତ୍ର ସେଭଳି ଦେଶଙ୍କଠାରୁ ଦୂରରେ ନାହିଁ। ଆମେ ଅପରେସନ ସିନ୍ଦୂର ବିରୋଧରେ ଅପରେସନ ବୁନୟାନ ଅଲ୍ ମାର୍ସୁସ୍ ମାଧ୍ୟମରେ ଯେପରି ଝଟ୍କା ଦେଇଥିଲୁ ସେହିପରି ପଦକ୍ଷେପ ଗ୍ରହଣ କରିବୁ ବୋଲି ବୃଥା ଧମକ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/02bbs_10_02022026_111-2026-02-02-13-06-20.jpg)