କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ଆଜି ଏହାର ତୃତୀୟ ଦିନ । ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଦ୍ବିତୀୟ ଅଧିବେଶନରେ ‘ସବୁଜ ଖଣି-ପ୍ରାକୃତିକ ସମ୍ପଦର ଆଲୋଚନା ଉପରେ ପ୍ରଭାବ’ଶୀର୍ଷକ ଆାଲୋଚନାରେ ଜିନ୍ଦଲ ଷ୍ଟିଲ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଏବଂ ମୁଖ୍ୟ-ବିକେଟି କ୍ଲଷ୍ଟର ପ୍ରମୋଦ କୁମାର ପାତ୍ର କହିଲେ, ଜୈବ ବିବିଧତାକୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ନେଇ ପଦକ୍ଷେପ ଜରୁରୀ । ବିକାଶ ସହିତ କମ୍ ବିନାଶ ଆଜିର ଆହ୍ବାନ । ତେବେ ଉପଯୋଗୀ ପଦକ୍ଷେପ ଦ୍ବାରା ତାହା ସମ୍ଭବ ହୋଇପାରିବ ।
ଜଙ୍ଗଲରେ ସମସ୍ତ ପ୍ରାକୃତିକ ସମ୍ପଦ ରହିଛି । ଯଦି ଆମେ ବିକାଶ ପାଇଁ ଜଙ୍ଗଲ କାଟୁଛେ ତେବେ ଏନେଇ ନୂଆ ଜଙ୍ଗଲ ସୃଷ୍ଟି କରିବା ଆମର ଦାୟିତ୍ୱ । ବାୟୁରେ ଧୂଳି କଣିକାର ପରିମାଣ କିପରି ହ୍ରାସ ପାଇବ ତାହା ଖଣି ଅଞ୍ଚଳରେ କରାଯିବା ଜରୁରୀ । ସେହିପରି ଜଳ ପ୍ରଦୂଷଣ ପାଇଁ ଖଣି ଅଞ୍ଚଳରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ମଧ୍ୟ ଆବଶ୍ୟକ । ଏହା ସହିତ ମୃତ୍ତିକା ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ମୃତ୍ତିକାର ବାହ୍ୟସ୍ତରକୁ ସଂରକ୍ଷଣ କରିବା ଜରୁରୀ ।
ଆମେ ଯାହା କହିବା ତାହା କରାଯିବ ଆବଶ୍ୟକ । ସେହିପରି ପରିବେଶ ଆଇନକୁ ମାନିବା ଗୁରୁତ୍ବପୂର୍ଣ୍ଣ । ପରିବେଶ ଉପଯୋଗୀ ଖଣି ଏବଂ ଶିଳ୍ପକୁ ଗୁରୁତ୍ବ ପ୍ରଦାନ ଜରୁରୀ । ଖଣି ଅଞ୍ଚଳରେ କାର୍ବନ ନିର୍ଗମନ ବହୁଳ ଗାଡ଼ି ପରିବହନ ଯୋଗୁ ହୋଇଥାଏ । ଏକ୍ଷେତ୍ରରେ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର କରିବାର ଆବଶ୍ୟକତା ରହିଛି । ବିଶ୍ବ ଗ୍ରୀନ୍ ଅର୍ଥନୀତିରୁ ରେନ୍ ବୋ ଅର୍ଥନୀତି ଆଡକୁ ଯାଉଛି । ଏହି ଅବସରରେ ପରିବେଶ ପ୍ରତି ଆମର ଆଭିମୁଖ୍ୟ ସକାରାତ୍ମକ ରହିବା ଆବଶ୍ୟକ । ଆମେ ପରିବେଶ ଉପଯୋଗୀ ପଦକ୍ଷେପ ନେବା ଜରୁରୀ । ପରିବହନ ପାଇଁ ନିର୍ଦ୍ଦିଷ୍ଟ କରିଡର ବ୍ୟବହାର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/08/pp-2025-10-08-14-38-25.png)