କଟିଲେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ:  ଘରକୁ ଘର ବୁଲି କରାଯିବ 'ସୁଭଦ୍ରା' ସର୍ଭେ

Advertisment

  ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ସରକାରଙ୍କ କସରତ, ଘର ଘର ବୁଲି ସର୍ଭେ କରିବେ ଅଧିକାରୀ 

  ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ସରକାରଙ୍କ କସରତ, ଘର ଘର ବୁଲି ସର୍ଭେ କରିବେ ଅଧିକାରୀ 

ସୁଭଦ୍ରା କସରତ, ସର୍ଭେ ପରେ ଟଙ୍କା

ସୁଭଦ୍ରା କସରତ, ସର୍ଭେ ପରେ ଟଙ୍କା Photograph: (KanakNews)

କନକ ବ୍ୟୁରୋ: ଲୋକସେବା ଭବନରେ ସୁଭଦ୍ରାକୁ ନେଇ ସରକାରଙ୍କ ସମୀକ୍ଷା । ଏକାଠି ବସିଲେ ମହିଳା ଓ ଶିଶୁ ବିକାଶ ସହ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ଯୋଗାଣ ବିଭାଗ । ଆଉ ନିଷ୍ପତ୍ତି ହେଲା, ସୁଭଦ୍ରା ଟଙ୍କାରୁ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ, ଘର ଘର ବୁଲି ସର୍ଭେ କରାଯିବ। ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍‌ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ସେହିପରି ବାଦ୍‌ ପଡ଼ିଥିବା ହିତାଧିକାରୀ ଆଉଥରେ ଆବେଦନ କରିପାରିବେ । ଏଥିପାଇଁ ଦୁଇଦିନ ମଧ୍ୟରେ ଅଭିଯୋଗ ପୋର୍ଟାଲ ଖୋଲିବ । 
 
ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କୁ ପରବର୍ତ୍ତୀ କିସ୍ତିରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଜୀବୀତ ବ୍ୟକ୍ତିଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଥିଲା । ସର୍ଭେ ପରେ ଜଣାପଡ଼ିଛି ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍‌ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧ ହଜାର ୮୦୫ ଜଣ ଜୀବୀତ ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ଫିଲ୍ଡ ଭିଜିଟ୍‌ ପରେ ମିଳିଥିବା ତଥ୍ୟ ।

୮୭ ଜଣଙ୍କୁ ମୃତ ଦର୍ଶାଇ ତାଲିକାରୁ ବାଦ୍‌ ଦିଆଯାଇଥିବାବେଳେ, ୬ ଜଣ ଜୀବୀତ ଥିବା ରିପୋର୍ଟ ଦିଆଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଆଧାରରେ ଜୀବୀତ କିମ୍ବା ମୃତ ଧରାଯିବ ।
ସ୍ୱାସ୍ଥ୍ୟ, ପରିବହନ ଓ ଯୋଗାଣ ବିଭାଗ ତଥ୍ୟ ଆଧାରରେ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି । 
ଚାରି ଚକିଆ ଗାଡ଼ି ଥିବାରୁ ବାଦ୍‌ ପଡ଼ିଛନ୍ତି ୩୬ ହଜାର ୭୦୨
ଆୟକର ଦେଇ ତାଲିକାରୁ କଟିଛନ୍ତି ୨୧ ହଜାର ୩୫ ଜଣ
ଧାନ ବିକିବାକୁ ପଞ୍ଜିକରଣ କରିଥିବାରୁ ୧ ଲକ୍ଷ ୩୩ ହଜାର ୬୯୧ଙ୍କୁ ବାଦ୍ ଦିଆଯାଇଛି
ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ସର୍ଭେ ପରେ ଯୋଗ୍ୟ ହେଉଥିଲେ ବାକିଥିବା ସମସ୍ତ କିସ୍ତି ଟଙ୍କା ଏକସଙ୍ଗରେ ଦିଆଯିବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe