କନକ ବ୍ୟୁରୋ: ଲୋକସେବା ଭବନରେ ସୁଭଦ୍ରାକୁ ନେଇ ସରକାରଙ୍କ ସମୀକ୍ଷା । ଏକାଠି ବସିଲେ ମହିଳା ଓ ଶିଶୁ ବିକାଶ ସହ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ଯୋଗାଣ ବିଭାଗ । ଆଉ ନିଷ୍ପତ୍ତି ହେଲା, ସୁଭଦ୍ରା ଟଙ୍କାରୁ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ, ଘର ଘର ବୁଲି ସର୍ଭେ କରାଯିବ। ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ । ସେହିପରି ବାଦ୍ ପଡ଼ିଥିବା ହିତାଧିକାରୀ ଆଉଥରେ ଆବେଦନ କରିପାରିବେ । ଏଥିପାଇଁ ଦୁଇଦିନ ମଧ୍ୟରେ ଅଭିଯୋଗ ପୋର୍ଟାଲ ଖୋଲିବ ।
ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କୁ ପରବର୍ତ୍ତୀ କିସ୍ତିରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଜୀବୀତ ବ୍ୟକ୍ତିଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଥିଲା । ସର୍ଭେ ପରେ ଜଣାପଡ଼ିଛି ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧ ହଜାର ୮୦୫ ଜଣ ଜୀବୀତ ଅଛନ୍ତି । ଜଗତସିଂହପୁର ଜିଲ୍ଲାରେ ଫିଲ୍ଡ ଭିଜିଟ୍ ପରେ ମିଳିଥିବା ତଥ୍ୟ ।
୮୭ ଜଣଙ୍କୁ ମୃତ ଦର୍ଶାଇ ତାଲିକାରୁ ବାଦ୍ ଦିଆଯାଇଥିବାବେଳେ, ୬ ଜଣ ଜୀବୀତ ଥିବା ରିପୋର୍ଟ ଦିଆଯାଇଛି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଆଧାରରେ ଜୀବୀତ କିମ୍ବା ମୃତ ଧରାଯିବ ।
ସ୍ୱାସ୍ଥ୍ୟ, ପରିବହନ ଓ ଯୋଗାଣ ବିଭାଗ ତଥ୍ୟ ଆଧାରରେ ଅଯୋଗ୍ୟଙ୍କୁ ବାଦ୍ ଦିଆଯାଇଛି ।
ଚାରି ଚକିଆ ଗାଡ଼ି ଥିବାରୁ ବାଦ୍ ପଡ଼ିଛନ୍ତି ୩୬ ହଜାର ୭୦୨
ଆୟକର ଦେଇ ତାଲିକାରୁ କଟିଛନ୍ତି ୨୧ ହଜାର ୩୫ ଜଣ
ଧାନ ବିକିବାକୁ ପଞ୍ଜିକରଣ କରିଥିବାରୁ ୧ ଲକ୍ଷ ୩୩ ହଜାର ୬୯୧ଙ୍କୁ ବାଦ୍ ଦିଆଯାଇଛି
ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ସର୍ଭେ ପରେ ଯୋଗ୍ୟ ହେଉଥିଲେ ବାକିଥିବା ସମସ୍ତ କିସ୍ତି ଟଙ୍କା ଏକସଙ୍ଗରେ ଦିଆଯିବ ।