Kejriwal Photograph: (KanakNews)
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦୋଷମୁକ୍ତ କରାଯାଇଛି । ମଦ ନୀତି ମାମଲାରେ କେଜରିୱାଲ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦୋଷମୁକ୍ତ ହେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ଦିଲ୍ଲୀରେ ପୁନଃ ନିର୍ବାଚନ କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ଆପ୍ ମୁଖ୍ୟ ଦୋଷମୁକ୍ତ ହେବାର କିଛି ଘଣ୍ଟା ପରେ ହିଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ଆଜି ହିଁ ନିର୍ବାଚନ କରନ୍ତୁ ଯଦି ବିଜେପି ୧୦ ରୁ ଅଧିକ ସିଟ୍ ଜିତିଯାଏ ତେବେ ମୁଁ ରାଜନୀତି ଛାଡ଼ିଦେବି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୋଷମୁକ୍ତ କରାଯାଇଥିଲା । ରାଉଜ୍ ଆଭେନ୍ୟୁ ସିବିଆଇକୁ କଡ଼ା ସମାଲୋଚନା କରି କହିଛି ଯେ ଏହି କେସରେ ଅଭିଯୋଗକୁ ସତ ପ୍ରମାଣ କରିବାରେ ସଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ।
ଆଗକୁ ପଢ଼ନ୍ତୁ : ମହାଯୁଦ୍ଧ ଆଣିବ ମହାସଙ୍କଟ ? ହୁ ହୁ ହୋଇ ବଢ଼ିବ ସୁନା ଦର ! ୨୦ ହଜାର ଉପରେ ଛୁଇଁବ ସୁନା !
କେଜରିୱାଲ କହିଛନ୍ତି ଯେ ‘‘ଗତ ଫେବ୍ରୁଆରିରେ ବିଜେପି କ୍ଷମତାକୁ ଫେରିବା ପରଠାରୁ ଦିଲ୍ଲୀ ଅନେକ କଷ୍ଟ ପାଇଛି । ପୂରା ଦିଲ୍ଲୀର କାୟାକଳ୍ପ ଅତି ଶୋଚନୀୟ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କ କ୍ଷମତାର ଭୋକ ଦିଲ୍ଲୀର ୩୦ ନିୟୁତ ଲୋକଙ୍କ ପାଇଁ ସବୁଠାରୁ ଅଧିକ କଷ୍ଟଦାୟକ ହୋଇଛି , ଯଦି ସନ୍ଦେହ ହେଉଛି ଯାଅ ଏବଂ ଦିଲ୍ଲୀର ଲୋକଙ୍କୁ ପଚାର । ଆଜି ମୁଁ ମୋଦୀ ଜିଙ୍କୁ ଚ୍ୟାଲେଞ୍ଜ କରୁଛି । ଯଦି ତୁମର ସାହସ ଅଛି, ତେବେ ଦିଲ୍ଲୀରେ ପୁଣି ନିର୍ବାଚନ କର । ଯଦି ବିଜେପି ୧୦ ରୁ ଅଧିକ ସିଟ୍ ପାଇବ ତାହେଲେ ମୁଁ ରାଜନୀତି ଛାଡ଼ିଦେବି । ଦିଲ୍ଲୀର ଲୋକମାନେ ବିଜେପିଠାରୁ ବିରକ୍ତ ହୋଇସାରିଲେଣି ।’’
ତେବେ ଗତବର୍ଷ ବିଜେପି ଦିଲ୍ଲୀର ୭୦ ବିଧାନସଭା ଆସନରୁ ୪୮ଟି ଜିତିବା ପରେ କ୍ଷମତାକୁ ଫେରିଥିଲା । ଏହି ସମୟରେ କେଜରିୱାଲଙ୍କ ଆମ ଆଦମୀ ପାର୍ଟିକୁ ମାତ୍ର ୨୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ପୂର୍ବ ଦୁଇଟି ନିର୍ବାଚନରେ ଆପ୍ ୨୦୧୫ରେ ୬୭ ଏବଂ ୨୦୨୦ରେ ୬୨ଟି ଆସନ ଜିତିଥିଲା ।
Follow Us