କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି କୌଣସି ବି ନେତା, ୩୦ ଦିନରୁ ଅଧିକ ଜେଲ୍ରେ ରହିଲେ ଯିବ ଆସନ । ସଙ୍ଗିନ ଆପରାଧିକ ମାମଲାରେ ଗିରଫ ରାଜନେତାଙ୍କ ବିରୋଧରେ କେନ୍ଦ୍ର ସରାକର ଆଣିବାକୁ ଯାଉଛନ୍ତି ନୂଆ ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୩ଟି ବିଲ୍ ଉପସ୍ଥାପନ କରିବେ ।
ଏହି ବିଲ୍ରେ ରହିଛି ପ୍ରାବଧାନ , ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା କୌଣସି ବି ରାଜନେତା ଯଦି ସଙ୍ଗିନ ଆପରାଧିକ ମାମଲାରେ ଗିରଫ ହୋଇ ଜେଲ୍ ଯାଆନ୍ତି, ତାହାଲେ ତାଙ୍କୁ ପଦ ହରାଇବାକୁ ପଡ଼ିବ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ବିଧାନ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ମାସ ଜେଲ୍ରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/20/vlcsnap-2025-08-20-09h39m15s206-2025-08-20-09-39-39.png)