କନକ ବ୍ୟୁରୋ : ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ । ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ସୁଭଦ୍ରା ଟଙ୍କା ପାଇନାହାନ୍ତି, ସେମାନଙ୍କ ଦ୍ୱନ୍ଦ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଆଜି ସୁଦ୍ଧା ୧ କୋଟି ୬୦ ହଜାର ମହିଳା ଆବେଦନ କରିଥିବା ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା କେବେ ମିଳିବ, ତାହା ବି ଠିକଣା ସମୟରେ ଘୋଷଣା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/WyiVIL70jzuzFKkVHksl.jpg)