ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡ଼ି ବିସ୍ଫୋରଣ, ସର୍ଚ୍ଚ ଅପରେସନ୍‌ ବେଳେ ଆଇଇଡି ବ୍ଲାଷ୍ଟ

ଜଣେ ଯବାନଙ୍କୁ ଗୁରୁତର ଅବସ୍ଥାରେ କରାଯାଉଛି ଏୟାରଲିଫ୍ଟ ।

ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର

ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର Photograph: (Kanak News)

କନକ ବ୍ୟୁରୋ:  ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ୍ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି ।

ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe