କନକ ବ୍ୟୁରୋ: ସରଣ୍ଡା ଜଙ୍ଗଲରେ ଆଇଡି ବ୍ଲାଷ୍ଟ୍ । ଜଣେ ଯବାନ ଗୁରୁତର । ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଆଇଡି ବିସ୍ଫୋରଣ ହୋଇଛି । ଯେଉଁଥିରେ ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ଆହତ ହୋଇଛନ୍ତି ।
ଛୋଟନାଗରା ଥାନା ଅନ୍ତର୍ଗତ ବାବୁଡରା ନିକଟ ସରଣ୍ଡା ଜଙ୍ଗଲରେ ଏହି ବିସ୍ପୋରଣ ହୋଇଛି । ଗୁରୁତର ଯବାନଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଉଛି । ଗତକାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡିଟୋନେଟର୍ ଜବତ କରିଥିଲେ ଝାଡ଼ଖଣ୍ଡ ଯାଗୁଆର୍ ଓ ସିଆରପିଏଫ୍ ୬୦ ବାଟାଲିୟନ ଯବାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/03/blast-2025-07-03-09-37-37.jpg)