ଆଇଇଡି ବିସ୍ଫୋରଣରେ ୫ ଯବାନ୍ ଆହତ ; ଛତିଶଗଡ଼ ବିଜାପୁରରେ ବିସ୍ଫୋରଣ

ଛତିଶଗଡ଼ ବିଜାପୁରରେ ବିସ୍ଫୋରଣ, ୫ ଯବାନ ଆହତ । ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିଲା ଆଇଇଡି । ନିଷ୍କ୍ରିୟ ପାଇଁ ଯିବା ବେଳେ ହେଲା ବିସ୍ଫୋରଣ

24IED

କନକ ବ୍ୟୁରୋ: ମାଓବାଦୀ ମାନେ ଖଞ୍ଜିଥିଲେ ଆଇଇଡି । ନିଷ୍କ୍ରିୟ ପାଇଁ ଯିବାବେଳେ ହେଲା ବିସ୍ଫୋରଣ । ୫ ଜଣ ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ବିଜାପୁରରେ ହୋଇଛି ଆଇଇଡି ବିସ୍ଫୋରଣ । ଚିତ୍ରାଗେଲୁର କେରିପୁ କ୍ୟାମ୍ପରୁ ଯବାନ ମାନେ ଆଇଇଡି ନିଷ୍କ୍ରିୟ ପାଇଁ ଯିବା ବେଳେ ତରେମ୍ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଆହତ ୫ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe