କନକବ୍ୟୁରୋ : ସୁନ୍ଦରଗଡ଼ କେବଲାଙ୍ଗ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ । ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା । କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ ସିଆରପିଏଫ୍ ଯବାନ ସତ୍ୟବାନ ସିଂ ସହିଦ ହୋଇଥିବା ସୂଚନା ମିଳିଛି । ଓଡିଶା - ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଉଭୟ ଓଡିଶା ପୋଲିସ ଓ ଝାରଖଣ୍ଡ ପୋଲିସ ସମେତ ଅର୍ଦ୍ଧ ସାମରିକ ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିଲା ।
ଓଡିଶା - ଝାରଖଣ୍ଡ ସୀମା ସଂଲଗ୍ନ ବାଙ୍କୋ ସଂଲଗ୍ନ ସିଲିକୁଟା ନିକଟରେ ଆଇଇଡି ବିସ୍ଫୋରଣ ଘଟି CRPF ବାଟାଲିଅନ 134ର ସତ୍ୟବାନ ସିଂ ଗୁରୁତର ହୋଇଥିଲେ । ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳ ସେ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ । ସହିଦଙ୍କ ମର ଶରୀରକୁ ଏୟାରଲିଫ୍ଟ କରି ରାଞ୍ଚି ନିଆଯାଇଥିଲା । ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରକ ସାମଗ୍ରୀ ଲୁଟ୍ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ । ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/14/PR5KtLLfLTwtbxqjN2O1.jpg)