କନକ ବ୍ୟୁରୋ: ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ । ସର୍ଚ୍ଚ ଅପରେସନ୍ ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସିଆରପିଏଫ୍ ଯବାନ ସତ୍ୟବାନ ସିଂ ସହିଦ ହୋଇଥିବା ସୂଚନା ମିଳିଛି । ଓଡିଶା - ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଉଭୟ ଓଡିଶା ପୁଲିସ ଓ ଝାରଖଣ୍ଡ ପୁଲିସ ସମେତ ଅର୍ଦ୍ଧ ସାମରିକ ବାହିନୀର ମିଳିତ କମ୍ବିଂ ଅପରେସନ ଚାଲିଥିଲା ।

Advertisment

ଓଡିଶା-ଝାରଖଣ୍ଡ ସୀମା ସଂଲଗ୍ନ ବାଙ୍କୋ ସଂଲଗ୍ନ ସିଲିକୁଟା ନିକଟରେ ଆଇଇଡି ବିସ୍ଫୋରଣ ଘଟି ସିଆରପିଏଫ୍ ବାଟାଲିଅନ ୧୩୪ର ସତ୍ୟବାନ ସିଂ ଗୁରୁତର ହୋଇଥିଲେ । ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳ ସେ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ । ସହିଦଙ୍କ ମର ଶରିରକୁ ଏୟାରଲିଫ୍ଟ କରି ରାଞ୍ଚି ନିଆଯାଇଛି । ତାଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଏପର୍ଯ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ ।  ଏହାରି ଭିତରେ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ ହୋଇଛି ।