କନକବ୍ୟୁରୋ : ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମ ପୀଠର ଉନ୍ନତି ପାଇଁ ଧାରଣା । ଶ୍ରାଦ୍ଧ ଦିବସରେ କଟକ ଜିଲ୍ଲା ସତ୍ୟଭାମାପୁରରେ ପ୍ରତିବାଦ କରାଯାଇଛି । ସତ୍ୟଭାମାପୁର ଗ୍ରାମବାସୀଙ୍କ ସହ ବହୁ ବୁଦ୍ଧିଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।  ସୂଚନା ଅନୁସାରେ ୨୦୨୩ ଏପ୍ରଲ ୧ ତାରିଖରେ ୨୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ଉନ୍ନତିକରଣ ପାଇଁ ଘୋଷଣା କରାଯାଇଥିଲା  ।   ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା  ।  ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନ ସ୍ଥଳୀ ସମସ୍ତ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଜମି ଅଧିଗ୍ରହଣକୁ ନେଇ ଅଧାରେ ଅଟକିଛି ଉନ୍ନତି କାମ ।   

Advertisment

ସେଥିପାଇଁ ଆଜି ମଧୁବାବୁଙ୍କ ଶ୍ରାଦ୍ଧ ଦିବସରେ ମଧୂପୀଠ ଉନ୍ନତିରେ ଅବହେଳା ପ୍ରତିବାଦ କରି ଚାଲିଛି ଶାନ୍ତି ପୂର୍ଣ୍ଣ ଗଣ ଧାରଣା  ।  ଆଜି କାହାରିକୁ ମଧୁ ପୀଠକୁ ପୁରେଇ ଦେବେନୀ କି କୌଣସି ସଭା ମଧ୍ୟ କରାଇ ଦେବନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ   ।  ମଧୁବାବୁଙ୍କ ଜମି କସ୍ତୁରବା ଗାନ୍ଧୀ ଟ୍ରଷ୍ଟ, ଗାନ୍ଧୀ ସ୍ମାରକ ନିଧି ଟ୍ରଷ୍ଟ ଓ ମଧୁସ୍ମୃତି କମିଟି ନାମକ ତିନିଟି ସଂସ୍ଥା ନାମରେ ରହିଛି । 

ସମ୍ପୃକ୍ତ ସଂସ୍ଥାପକ୍ଷରୁ ଏନଓସି ପ୍ରଦାନ କରାଯାଇ ନଥିବାରୁ ଉନ୍ନତିକରଣ ପ୍ରକଳ୍ପ ନିର୍ମାଣରେ ବାଧକ ସାଜିଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ପ୍ରଶାସନ ଏଦିଗରେ ପଦକ୍ଷେପ ନନେଲେ ଏହି ଧାରଣା ଓ ଲଢେଇ ଆଗକୁ ବ୍ୟାପକ ହେବ ବୋଲି ସେମାନେ କହିଛନ୍ତି  ।  ଏନେଇ ଭୁବନେଶ୍ବରରେ ମଧ୍ୟ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଛି  ଏହି ଅବସରରେ ରାଜଭବନ ଛକ ସ୍ଥିତ ଉତ୍କଳ ଗୌରବ ମଧୁବାବୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି  । 

ଆଜି ୯୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସମେତ ଉତ୍କଳ ସମ୍ମିଳନୀ ଓ ପୂଜ୍ୟପୂଜା ସଂସ୍କୃତି ପରିଷଦର ବିଶିଷ୍ଟ ବ୍ୟକ୍ତି ବିଶେଷ ମଧୁବାବୁଙ୍କ ମନେ ପକାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  ।  ମଧୁବାବୁ ଜଣେ ଭାଷାପ୍ରିୟ, ରାଜ୍ୟ ପ୍ରିୟ ସମାଜ ସଂସ୍କାରକ ଥିଲେ।  ଓଡ଼ିଆ ଜାତି ପାଇଁ ସେ କରିଥିବା ସମସ୍ତ ଅବଦାନକୁ ଆଜି ମନେ ପକାଇଥିଲେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି  ।