ବନ୍ଧାହେବେ ସଉକିଆ ବାବୁ ; ରେଡ୍ ପରେ ଇଡକୋ ଜୁନିଅର ମ୍ୟାନେଜର ବିଜୟ ଉଦୟସିଂହ ହେବେ ଗିରଫ

ବନ୍ଧାହେବେ ସଉକିନିଆ ବାବୁ । ଗତକାଲି ଦିନ ତମାମ ରେଡ୍‌ ପରେ ଇଡକୋ ଜୁନିଅର ମ୍ୟାନେଜରଙ୍କୁ ଗିରଫ କରିବ ଭିଜିଲାନ୍ସ ।ଚଢ଼ାଉବେଳେ ବିଜୟ ଉଦୟସିଂହଙ୍କ ସଉକ ଦେଖି ଜଳକା ହୋଇଥିଲେ ଅଧିକାରୀ । ବିଳାସପୂର୍ଣ୍ଣ ଘର ସହ ଘରେ ଲାଗିଥିଲା ଦାମି ଆସବାବପତ୍ର ।

Idco-junior-manager-

କନକ ବ୍ୟୁରୋ: ବନ୍ଧା ହେବେ ସଉକିନିଆ ସରକାର ବାବୁ । ଗତକାଲି ଦିନ ସାରା ରେଡ୍ ପରେ ଆଜି ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିବ ଭିଜିଲାନ୍ସ । 

କଳାଧନରେ ରାଜମହଲ ପରି ଘର ତିଆରି କରିଥିଲେ ଏହି ବାବୁ ଜଣକ । ବିଳାସପୂର୍ଣ୍ଣ ୪ ମହଲା ଘର ଦେଖି ଜଳକା ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଘରେ ଲାଗିଥିଲା ଅତ୍ୟାଧୁନିକ ଓ ଦାମୀ ଆସବାବପତ୍ର । ଘରେ ଲାଗିଛି ସେଣ୍ଟ୍ରାଲ ଗିଜର, ଅତ୍ୟାଧୁନିକ ୱାଟର ପ୍ୟୁରିଫାୟର , ରିମୋଟ୍ କଣ୍ଟ୍ରୋଲ ଗେଟ୍, ସେନ୍ସର ଡୋର । କୋଟି କୋଟି ଟଙ୍କାରେ ତିଆରି ହୋଇଛି ବାବୁଙ୍କ ଘର । ଗତକାଲି ଭିଜିଲାନ୍ସ ଏକକାଳୀନ ୬ ସ୍ଥାନରେ ରେଡ୍ କରିଥିଲା । ଚଢାଉ ବେଳେ ତାଙ୍କୁ ନଗଦ ସାଢେ ୪ ଲକ୍ଷ ଟଙ୍କା ମିଳିଥିଲା । ବିଜୟଙ୍କ ବ୍ୟାଙ୍କ ଜମା ଓ ବୀମା ୫୫ ଲକ୍ଷ ୧୦ ହଜାର ଟଙ୍କା ଠାବ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe