କନକ ବ୍ୟୁରୋ: ବନ୍ଧା ହେବେ ସଉକିନିଆ ସରକାର ବାବୁ । ଗତକାଲି ଦିନ ସାରା ରେଡ୍ ପରେ ଆଜି ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିବ ଭିଜିଲାନ୍ସ ।
କଳାଧନରେ ରାଜମହଲ ପରି ଘର ତିଆରି କରିଥିଲେ ଏହି ବାବୁ ଜଣକ । ବିଳାସପୂର୍ଣ୍ଣ ୪ ମହଲା ଘର ଦେଖି ଜଳକା ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ଘରେ ଲାଗିଥିଲା ଅତ୍ୟାଧୁନିକ ଓ ଦାମୀ ଆସବାବପତ୍ର । ଘରେ ଲାଗିଛି ସେଣ୍ଟ୍ରାଲ ଗିଜର, ଅତ୍ୟାଧୁନିକ ୱାଟର ପ୍ୟୁରିଫାୟର , ରିମୋଟ୍ କଣ୍ଟ୍ରୋଲ ଗେଟ୍, ସେନ୍ସର ଡୋର । କୋଟି କୋଟି ଟଙ୍କାରେ ତିଆରି ହୋଇଛି ବାବୁଙ୍କ ଘର । ଗତକାଲି ଭିଜିଲାନ୍ସ ଏକକାଳୀନ ୬ ସ୍ଥାନରେ ରେଡ୍ କରିଥିଲା । ଚଢାଉ ବେଳେ ତାଙ୍କୁ ନଗଦ ସାଢେ ୪ ଲକ୍ଷ ଟଙ୍କା ମିଳିଥିଲା । ବିଜୟଙ୍କ ବ୍ୟାଙ୍କ ଜମା ଓ ବୀମା ୫୫ ଲକ୍ଷ ୧୦ ହଜାର ଟଙ୍କା ଠାବ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/07/54wS5gFQ2Lgnd5M6kGBY.jpg)