କନକ ବ୍ୟୁରୋ : ସର୍ବ ଭାରତୀୟ ଆଇଡିବିଆଇ ଅଫିସର ସଂଘ (ଏଆଇଆଇଡିବିଓଏ) ଭୁବନେଶ୍ୱର ଜୋନ୍ ପକ୍ଷରୁ ଏକ ବୈଠକ ୟୁନିଟ-୪ ସ୍ଥିତ ହୋଟେଲ ଭି ପ୍ଲାଟିନାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଆଇଡିବିଓଏ ଭୁବନେଶ୍ଵର ଜୋନ୍ ସମ୍ପାଦକ ଗୌତମ ପଟ୍ଟନାୟକ, ସଭାପତି ଲଲାଟେନ୍ଦୁ ବେହେରା, ଉପସଭାପତି ଦେବବ୍ରତ ବେହେରା, ଏଆଇବିଓଏର କେନ୍ଦ୍ରୀୟ ପରିଷଦ ସଦସ୍ୟ ପ୍ରତ୍ୟୁଷ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଆଇଡିବିଆଇ ବ୍ୟାଙ୍କର ରାଷ୍ଟ୍ରାୟତ୍ତ ଚରିତ୍ରକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେବା ଏହି ବୈଠକର ଉଦ୍ଦେଶ୍ୟ ଥିଲା । ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥାଇ ଆଇଡିବିଆଇ ବ୍ୟାଙ୍କ ସର୍ବଦା ଆର୍ଥିକ ଲାଭଦାୟକ ବ୍ୟାଟିଂ ସମେତ ସାମାଜିକ ବ୍ୟାଙ୍କି ଦିଗ ଉପରେ ଗୁରୁତ୍ୱ ଦେଇଆସିଛି ।
ୟୁନାଇଟେଡ୍ ଫୋରମ ଅଫ ଆଇଡିବିଆଇ ଅଫିସର୍ସ ଆଣ୍ଡ ଏଇଜ୍(UFIOE) ପକ୍ଷରୁ ଅଲ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ଆସୋସିଏସନ୍(AIIDBIOA)ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଏଇଜ୍ ଆସୋସିଏସନ(AIIDBEA)ର ସଦସ୍ୟମାନେ ଦିନିକିଆ ଦେଶବ୍ୟାପୀ ଧର୍ମଘଟ ପାଳନ କରିଛନ୍ତି । ସଂଘ ପକ୍ଷରୁ ଜୁଲାଇ ୨୬ ତାରିଖ ଠାରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏବଂ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଆଜାଦ ମଇଦାନରେ ଆଉ ଏକ ଧାରଣା ଦିଆଯାଇଥିଲା । ଏହି ଧାରଣାକୁ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ(UFBU)ଏବଂ ଅନ୍ୟାନ୍ୟ କ୍ଷେତ୍ର ଯଥା ବୀମା ଏବଂ ରେଳବାଇ ଇତ୍ୟାଦି ୟୁନିଅନ ସମର୍ଥନ କରିଥିଲା ।
ସେମାନଙ୍କର ମୁଖ୍ୟ ଦାବି ଗୁଡ଼ିକ ଯଥାକ୍ରମେ ଭାରତ ସରକାର ଏବଂ ଏଲଆଇସି ଅଫ ଇଣ୍ଡିଆ ଦ୍ଵାରା ଆଇଡିଆଇ ବ୍ୟାଙ୍କର ପ୍ରସ୍ତାବିତ ବିକ୍ରୟକୁ ଘରୋଇ ବିଦେଶୀ ଖେଳାଳିମାନଙ୍କୁ ବନ୍ଦ କରନ୍ତୁ । ଆଇଡିବିଆଇ ବ୍ୟାଙ୍କରେ ୫,୦୦୦ କ୍ଲର୍କ ଏବଂ ୨୦୦୦ ସବ୍ ଷ୍ଟାଫ ନିଯୁକ୍ତି, ବ୍ୟାଙ୍କରେ ଅଧିକାରୀଙ୍କ ପାଇଁ ଦ୍ୱିପାକ୍ଷିକ ସ୍ଥାନାନ୍ତର ନୀତି ପ୍ରଚଳନ, ଆଇଡିବିଆଇ ବ୍ୟାଙ୍କର ଶାଖା ବର୍ଗୀକରଣ ଉପରେ ମୁଖ୍ୟ କାର୍ଯ୍ୟାଳୟ ସର୍କୁଲାର ଜାରି କରିବା, ଅଧିକାରୀଙ୍କ ପାଇଁ ଫର୍ଣ୍ଣିଚର ସୁବିଧା ପ୍ରଚଳନ, ତୈମାସିକ ସଂରଚିତ ବୈଠକ ଆୟୋଜନ, କର୍ମଚାରୀଙ୍କ ପାଇଁ ଚିକିତ୍ସା ସହାୟତା ପାଣ୍ଠି ଯୋଜନା ପୁନଃ ପ୍ରବର୍ତ୍ତନ, ୪ର୍ଥ ଶ୍ରେଣୀର ସପିଂ କ୍ଲର୍କ ପଦବୀକୁ ପଦୋନ୍ନତି ଉପରେ ଦ୍ୱିପାକ୍ଷିକ ସମାଧାନ କରି କାର୍ଯ୍ୟକାରୀ କରିବା ।
ଏହାର ମୁଖ୍ୟ କାର୍ଯ୍ୟ ଥିଲା ଶିଳ୍ପ ବିକାଶ ପାଇଁ ସର୍ବୋଚ୍ଚ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରିବା, ଅନ୍ୟ ଆର୍ଥିକ ପ୍ରତିଷ୍ଠାନର କାର୍ଯ୍ୟକଳାପ ସମନ୍ଵୟ କରିବା ଏବଂ ଶିଳ୍ପ ପ୍ରକଳ୍ପ ପାଇଁ ଦୀର୍ଘକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା । ଆଇଡିବିଆଇ ନୂତନ ପ୍ରକଳ୍ପ ସ୍ଥାପନ, ସମ୍ପ୍ରସାରଣ, ଆଧୁନିକୀକରଣ ଏବଂ ବିବିଧତା ଭଳି ବିଭିନ୍ନ ଉଦ୍ଦେଶ୍ୟରେ ଶିଳ୍ପଗୁଡ଼ିକ ଭାରତୀୟ ଟଙ୍କା ଏବଂ ବିଦେଶୀ ମୁଦ୍ରାରେ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/11/idbi-strike-2025-08-11-21-11-26.jpg)